• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଶୁଖିଲା ପଡିଛି ବ୍ରାହ୍ମଣୀ, ଚିନ୍ତାରେ ବଣାଇବାସୀ । ମେ ମାସରେ ବ୍ରାହ୍ମଣୀ ନଦୀର ସ୍ଥିତି ପୂରା ବେହାଲ ହେଲାଣି । ଯେଉଁ ନଦୀରେ ଦିନେ ଭରା ପାଣି ଲହଡ଼ି ମାରୁଥିଲା ଏବେ ଘାସ ଓ ବାଲି ଦେଖାଯାଉଛି । ନଦୀ କହିଲେ ଛୋଟିଆ ନାଳଟିଏ ଭଳି ଦେଖାଯାଉଛି । ସ୍ଥିତି ଏମିତି ହେଲାଣି ଯେ ବିଶ୍ୱାସ କରିବା କଷ୍ଟକର ହେଉଛି ଯେ ସେଇଠି ଦିନେ ଚିରସ୍ରୋତା ବ୍ରାହ୍ମଣୀ ବୋହୁଥିଲା ।

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି ।

ଜଳସ୍ତର କମିବାର କାରଣ ହେଉଛି ୧୨ରୁ ଅଧିକ ସ୍ପଞ୍ଜ କାରଖାନା, ପାୱାର ପ୍ଳାଣ୍ଟ ଓ ରାଇସ ମିଲ୍ । ସରକାରୀ ଅଧିକାରୀଙ୍କୁ ହାତ ବାରିସୀ କରି ବଡ଼ ମଟର ଲଗାଇ ନଦୀରୁ ପାଣି ଉଠାଯାଉଥିବା ଅଭିଯୋଗ ବି ହୋଇଛି । ଯଦି ବେଳ ଥାଉଥାଉ ଏଥି ପ୍ରତି ଦୃଷ୍ଟି ଦିଆନଯାଏ, ତେବେ ବଣାଇ ଓ ଲହୁଣୀପଡା ଅଞ୍ଚଳରେ ଘୋର ଜଳସଂକଟ ଦେଖାଯିବା ନେଇ ଆଶଙ୍କା କଲେଣି ଲୋକେ ।

 

  • Reported by:
  • RANJIT CHOUDHURY