Advertisment

ଡ୍ୟୁଟି ସମୟରେ ଶୋଇ ପଡିଲେ ଡାକ୍ତରବାବୁ

ମେଡିକାଲ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତର । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Otv Khabar Bureau
doctor

doctor

ଢେଙ୍କାନାଳ: ମେଡିକାଲ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତର । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଢେଙ୍କାନାଳର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଶାଗ୍ରସ୍ତ ଭାବରେ ଏକ ଡାକ୍ତର ନିଜ ଅଫିସ ଟେବୁଲରେ ଶୋଇଥିବାର ଦେଖିବାକୁ ମିଳିଛି। ରୋଗୀଙ୍କ ଭିଡ଼ ଜମିବା ପରେ ସିକ୍ୟୁରିଟି ଗାର୍ଡ ଆସି ଡାକ୍ତରଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ଉଠିଲେ ନାହିଁ ଡାକ୍ତର। ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଡାକ୍ତର ଜଣକ ନିଶାଗ୍ରସ୍ତ ଭାବରେ ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଛି। ପରେ ଅନ୍ୟ ଏକ କର୍ମଚାରୀ ତାଙ୍କୁ ଉଠାଇ ସ୍ଥିତିକୁ ସମ୍ଭାଳୁ ଥିବାର ଭିଡିଓରେ ଦେଖିବାକୁ ମିଳିଛି। ଡାକ୍ତର ଜଣକ ନିଶାଗ୍ରସ୍ତ ହୋଇ ଶୋଇ ପଡିଥିବାର ଅଭିଯୋଗ ହୋଇଛି।

Advertisment

ଡାକ୍ତରଙ୍କୁ ଉଠାଇବା ପରେ ସେ ଚାଲିବା ଅବସ୍ଥାରେ ବି ନଥିବାର ଦେଖିବାକୁ ମିଳିଛି। ଏଭଳି ଏକ ଦୁଃର୍ଭାଗ୍ୟଜନକ ଘଟଣା ବରମ୍ବାର ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳୁଛି। ପୂର୍ବରୁ ମଧ୍ୟ ଡେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ନିଶାଗ୍ରସ୍ତ ଭାବରେ ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଦେବା ସହ ହାତ ମଧ୍ୟ ଉଠାଇଥିଲେ। ଏନେଇ ଏବେ ଯାଏଁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏସବୁ ଘଟଣାକୁ ନେଇ ଢେଙ୍କାନାଳ ସିଡିଏମଓ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏନେଇ ଶୀଘ୍ର ତଦନ୍ତ ଆରମ୍ଭ ହେବ ଏବଂ ଦୋଷୀକୁ କଠୋର ଦଣ୍ତ ମଧ୍ୟ ଦିଆଯିବ।

Sleep Doctor Drunk On Duty
Advertisment
Advertisment