• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ଥଗିତ ହେଲା ଡ୍ରାଇଭର ମହାସଂଘର ଆନ୍ଦୋଳନ । ୩ ଦିନ ହେବ ଚାଲିଥିବା ଆନ୍ଦୋଳନ ସ୍ଥଗିତ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । ଭିଡିଓ ବାର୍ତ୍ତା ଜରିଆରେ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଲେ ପ୍ରଶାନ୍ତ । ସେ କହିଛନ୍ତି ଯେ, ଲୋକଙ୍କ ଅସୁବିଧା, ମୁଖ୍ୟ ସଚିବଙ୍କ ନିବେଦନ ଯୋଗୁଁ ସ୍ଥଗିତ ରଖିଲୁ ।

ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଡ୍ରାଇଭରଙ୍କଠୁ ସହଯୋଗ ଲୋଡ଼ୁଛି । ୩ ମାସ ସମୟ ମଗାଯାଇଛି, ଆଶା କରୁଛୁ ସହଯୋଗ କରିବେ । ସେପଟେ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ସଚିବ ମଧ୍ୟ ଡ୍ରାଇଭରଙ୍କୁ ନିବେଦନ କରିଥିଲେ । କାଲିର ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଥିବା ହେତୁ ମୁଖ୍ୟ ସଚିବ ମଧ୍ୟ ନିବେଦନ କରିଥିଲେ ।

ଡ୍ରାଇଭରମାନଙ୍କ ରାସ୍ତାରୋକ କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଉପୁଜିଛି । ସେପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ କରାଇଛନ୍ତି ଡିଜିପି ସୁନୀଲ ବଂଶଲ । ସେ କହିଛନ୍ତି, ପ୍ରତିଶ୍ରୁତି ସତ୍ତ୍ୱେ ସଂଘ ଆନ୍ଦୋଳନ କରୁଛନ୍ତି, ଏହା ବେଆଇନ୍ । କାଲି ପୋଲିସକୁ ଆକ୍ରମଣ ହୋଇଛି, ଆଇନ୍‌କୁ ହାତକୁ ନିଆଯାଇଛି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି ।