/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649135385.jpg)
Driver Passes Away Due To Cardiac Arrest While Driving Vehicle
ମୃତ୍ୟୁ ଏମିତି ବି ଆସେ । ଗାଡ଼ି ଚଲାଇବା ବେଳେ ହଠାତ୍ ହେଲା ହୃଦଘାତ । ଚାଲିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ । ଆଉ ଅଳ୍ପକେ ବର୍ତ୍ତି ଗଲା ୪୯ ଜଣ ଯାତ୍ରୀଙ୍କ ଜୀବନ । ପୁରୀ ଜିଲ୍ଲା ନାଗପୁରରୁ ସାମ୍ନାକୁ ଘଟିଛି ଏହି ଦୁଃଖଦ ଘଟଣା ।
ସୂଚନା ଅନୁସାରେ, ସୋମବାର ମା ନାମକ ଘରୋଇ ବସ ନାଗପୁର ବସଷ୍ଟାଣ୍ଡରୁ କଟକ ଅଭିମୂଖେ ବାହାରିଥିଲା । ଡ୍ରାଇଭର ୧୦୦ ମିଟର ଗାଡ଼ି ଗଡାଇବା ବେଳେ ହଠାତ୍ ଷ୍ଟେରିଂ ଉପରେ ପଡିଯାଥିଲେ । ଯାହା ଦେଖି କଣ୍ଡକ୍ଟର ତତ୍କ୍ଷଣାତ ବ୍ରେକ ଲଗାଇ ତାଙ୍କୁ ଚିକିତ୍ସା ପାଇଁ ଗୋପ ମେଡିକାଲ ନେଇଥିଲେ ହେଲେ ସେତେବେଳକୁ ଡ୍ରାଇଭର ସୁଦର୍ଶନ ସାହୁଙ୍କ ପ୍ରାଣ ଚାଲିଯାଇଥିଲା ।ଏହି ଖବର ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
କଥାରେ ଅଛି ମୃତ୍ୟୁ କେଉଁସମୟରେ ବି ଆସିପାରେ । ହେଲେ ତାହା ଏହି ଘଟଣାରେ ପ୍ରମାଣିତ ହୋଇଛି । କେତେବେଳେ ଯେ କାହା ପ୍ରାଣବାୟୁ ଉଡିଯିବ ତାହା ମଣିଷ ଆକଳନ ବାହାରେ । ଯାହାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)