• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଟୋରେ ଲାଗିଛି ଏସି କୁଲର । ଥଣ୍ଡା ଥଣ୍ଡା କୁଲକୁଲ ପବନ ବାହାରୁଛି । ଆରାମରେ ବସି ଯାତ୍ରା କରୁଛନ୍ତି ଯାତ୍ରୀ...ଖାଲି କୁଲର ଲାଗିଛି ତାହା ନୁହେଁ ବରଂ ଫ୍ୟାନ ସହିତ ଲାଗିଛି ଟିଭି । ଆଉ ଏମିତି ଅତ୍ୟାଧୁନିକ ଅଟୋରେ ବସି ଆରାମଦାୟକ ଯାତ୍ରା କରୁଛନ୍ତି ଯାତ୍ରୀ ।

ଦେଖିବାକୁ ସାଧାରଣ ଅଟୋ ପରି ହୋଇଥିଲେ ବି ଏହା ଅସାଧାରଣ । କାରଣ ଅଟୋରେ ପୂରା ଡିଲକ୍ସ ଗାଡିର ସୁବିଧା ମିଳୁଛି । ତେଣୁ ଅଟୋରେ ବସିବାକୁ ଲୋକଙ୍କର ପ୍ରବଳ ଇଚ୍ଛା । ଗଞ୍ଜାମ ବେଲଗୁଣ୍ଠାର ଜିତେନ୍ଦ୍ର ବରାଡ । ଗତ ୬ ବର୍ଷ ହେବ ଅଟୋ ଚଳାଇ ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ହେଲେ ଏବେ ସହରରେ ପ୍ରବଳ ମାତ୍ରାରେ ଅଟୋ ଚାଲୁଥିବାରୁ ବ୍ୟବସାୟ ତାଙ୍କର କମିଗଲାଣି । ତେଣୁ କେମିତି ନିଜ ଅଟୋରେ ଯାତ୍ରୀଙ୍କ ସଂଖ୍ୟା ବଢିବ ସେନେଇ ଚିନ୍ତା କଲେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ୟୁଟ୍ୟୁବ୍‌ ଦେଖିବା ପରେ ଅଟୋରେ କୁଲର ଲଗାଇ ଅତ୍ୟାଧୁନିକ କରିବାକୁ ଚେଷ୍ଟା କଲେ ।

ୟୁଟ୍ୟୁବ ଦେଖିବା ପରେ ବଡ଼ ପ୍ଲାଷ୍ଟିକ ଜାରକୁ କାଟି ସେଥିରେ ମୋଟର ଓ ପଙ୍ଖା ସଂଯୋଗ କରି ଚାରିପଟେ ବେଣା ଚେର ଲଗାଇ କୁଲର ତିଆରି କଲେ । ତେଣୁ ଯେଉଁମାନେ ଅଟୋରେ ବସି ଯାତ୍ରା କଲେ ସେମାନେ ଥଣ୍ଡା ପବନ ଖାଇଲେ । ଜାଣି ଆଶ୍ଚର୍ଯ୍ୟ ହେବେ କି, ତାଙ୍କ ଅଟୋରେ ଅଟୋ ସିଟ୍‌ ବଦଳରେ କାର୍‌ ସିଟ୍‌ ଲାଗିଛି । ଖାଲି ସେତିକି ନୁହେଁ ବରଂ ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଏଲଇଡି ଟିଭି ମଧ୍ୟ ଲଗାଯାଇଛି ।

ତେବେ ଅତ୍ୟାଧୁନିକ ଅଟୋକୁ ନେଇ ଏବେ ବେଲଗୁଣ୍ଠା ଅଞ୍ଚଳରେ ଭାରି ଚର୍ଚ୍ଚା । ସ୍ଥିତି ଏମିତି ହେଲାଣି ଯେ ତାଙ୍କ ଅଟୋରେ ଯିବାକୁ ଲୋକମାନେ ଫୋନ୍‌ରେ ବୁକ୍‌ କରୁଛନ୍ତି । ଜିତେନ୍ଦ୍ର ସ୍ୱଭାବରେ ଜଣେ ଅମାୟିକ ବ୍ୟକ୍ତି ହୋଇଥିବାରୁ ତାଙ୍କ ଅଟୋରେ ଯାତ୍ରା କରିବାକୁ ଲୋକଙ୍କର ପ୍ରବଳ ଉତ୍କଣ୍ଠା ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି, ଏଇ ଅଟୋରେ ବୟସ୍କ ଓ ରୋଗୀମାନେ ମାଗଣାରେ ଯାତ୍ରା କରୁଛନ୍ତି । ଅନେକ ସମୟରେ ଆମେ ଅଟୋରେ ଯାତ୍ରା କରିଛନ୍ତି, ହେଲେ ଜିତେନ୍ଦ୍ରଙ୍କ ଅଟୋରେ ଯାତ୍ରା କରିବାର ମଜା କିଛି ଅଲଗା ପ୍ରକାର ।

 

  • Reported by:
  • Rajesh Kumar Panda