Advertisment

“ଗାଁରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ନହେଲେ ଆମେ ପଂଚାୟତ ନିର୍ବାଚନ ବର୍ଜନ କରିବୁ”

ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍‌ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ

author-image
Sarbeswar
Drinking Water Problem

Drinking Water Problem

ଗାଁରେ ନଳକୂପ ଅଚଳ! ଗ୍ରାମବାସୀଙ୍କ ସାହା ଭରସା ଏବେ ଚୁଆ ପାଣି! ଦିନ ହେଲେ ଲମ୍ବା ଧାଡ଼ିରେ ଚୁଆକୁ ପାଣି ଆଣିବାକୁ ଯାଆନ୍ତି ମହିଳା ଓ ପୁରୁଷ! ନିର୍ବାଚନ ଆସିଲେ ଗ୍ରାମବାସୀଙ୍କୁ ମିଳେ ପ୍ରତିଶ୍ରୁତି ହେଲେ ସେ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଏ।

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବାଇଦାଳୀ ଗ୍ରାମରେ ପାଣି ପାଇଁ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଗାଁ ଲୋକେ। ଏହି ଗ୍ରାମ ରେ ୩୦ ରୁ ଅଧିକ ପରିବାର ବସବାସ କରନ୍ତି! କିନ୍ତୁ ପାଣି ପାଇଁଏ ସମସ୍ତେ ଦହଗଂଜ। ଗାଁ ରେ ଗୋଟିଏ ନଳକୂପ ସମ୍ପୂର୍ଣ ଅଚଳ ଥିବାବେଳେ ଦୁଇଟି କୂଅ ପରିତ୍ୟକ୍ତ ଅବସ୍ଥା ପଡ଼ି ରହିଛି। ତେଣୁ ଉପାୟଶୂନ୍ୟ ହୋଇ ଚୁଆ ଉପରେ ହିଁ ପାଣି ପାଇଁ ନିର୍ଭର କରୁଛନ୍ତି ଗାଁ ଲୋକେ। ସମସ୍ୟା ବାବଦ ରେ ଗ୍ରାମବାସୀ ମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଜଣାଇ ଆସୁଥିଲେ ମଧ୍ୟ ପାଇ ପାରୁନାହାନ୍ତି ସୁଫଳ।

ଉଦଳା ବ୍ଲକ ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଛି ଏହି ଗାଁ। ହେଲେ ପ୍ରଶାସନର ଏହି ଗାଁର ସମସ୍ୟା ପ୍ରତି ନଜର ପଡୁ ନଥିବା ପରିତାପର ବିଷୟ ହୋଇଛି। ଏପରିକି ଗ୍ରାମବାସୀ ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଗାଁ କୁ ନେତାଙ୍କୁ ଆସିବାକୁ ଦେବେ ନାହିଁ ବୋଲି ଗାଁ ଲୋକ କହିଛନ୍ତି।

Advertisment

ସକାଳ ହେଲେ ଗାଁ ଲୋକଙ୍କ ଚିନ୍ତା ରୁହେ ପାଣି ପାଇଁ । ତେବେ ଏହି ଚୁଆ ପାଣି ଖରା ଦିନରେ ଶୁଖି ଯିବାରୁ ଗ୍ରାମବାସୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମରେ ଦୀର୍ଘ ଦିନରୁ ଏକ ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି। ତେବେ ଏ ସଂପର୍କ ରେ ଉଦଳା ବିଡିଓଙ୍କୁ ପଚାରିବାରୁ ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି। ତେବେ ଆଗକୁ ଖରାଦିନ ଆସୁଛି, ଦେଖିବାକୁ ବାକି ରହିଲା ପ୍ରତିଶ୍ରୁତି କେତେ ମାତ୍ରାରେ ପାଳନ କରୁଛନ୍ତି ସରକାରୀ ବାବୁ।

Drinking Water Problem
Advertisment
Advertisment