/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658737503.jpg)
President Draupadi Murmu’s Relatives Celebrate, Relish Handia
ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ବିଶେଷ କରି ତାଙ୍କ ମାମୁ ଘରେ ଚାଲିଛି ହାଣ୍ଡିଆ ଆସର। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ତା’ପରେ ହାଣ୍ଡିଆ ପିଇବା ପର୍ବ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଆଦିବାସୀ ପରମ୍ପରାରେ ଯେକୌଣସି ଶୁଭ ମୁହୂର୍ତ୍ତରେ ଆଦିବାସୀମାନେ ଜାହିରାଙ୍କ ପାଖରେ ହାଣ୍ଡିଆ ପୂଜା କରି ତାକୁ ସେବନ କରିଥାନ୍ତି। ଆଜି ମଧ୍ୟ ମ୍ୟାଡମ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଚାଲିଥିବା ବେଳେ ଏପଟେ ପୂଜାର୍ଚ୍ଚନା ସହ ହାଣ୍ଡିଆ ସେବନ ଆରମ୍ଭ ହୋଇଯାଇଥିଲା।
ଏଭଳି ସେଲିବ୍ରେସନ ବାବଦରେ ରାଷ୍ଟ୍ରପତିଙ୍କ ମାମୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଲେ, ଆମେ ଆଜି ବହୁତ ଖୁସି, ଏମିତିଆ ଶୁଭ ମୁହୂର୍ତ୍ତକୁ ଆମେ ଜମା ହାତଛଡ଼ା କରିବୁ ନାହିଁ। ସେଥି ପାଇଁ ସମସ୍ତେ ଖୁସିରେ ହାଣ୍ଡିଆ ପିଉଛୁ। ଏହି ଅବସରରେ ସେ ଦୌପଦୀଙ୍କ ପିଲାଦିନ କଥା ମନେ ପକାଇ ବେଶ୍ ଭାବ ବିହ୍ୱଳ ହୋଇଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)