Advertisment

କୁକୁରର ମୃତ୍ୟୁରେ ଶୋକ; ହଳଦୀ ପାଣିରେ ଗାଧୋଇ ଶେଷକୃତ୍ୟ କଲେ

ମଣିଷ ଓ ପଶୁ ମଧ୍ୟରେ ଆତ୍ମିୟତା ବଢିଗଲେ ସେ ବି ହେଇଯାଏ ଘରର ଏକ ସଦସ୍ୟ। ମଣିଷ ପରି ଖାଏ, ମଣିଷ ସହ ଶୁଏ ଆଉ ମଣିଷ ପରି ବଢେ। ତା’ର ବିରହ ବି ଦୁଃଖ ଦିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ଗୋଟେ କୁକୁରର ଶେଷକୃତ୍ୟ ଠିକ ମଣିଷ କରି କରାଯାଇଛି।

author-image
Pramod Behera
Dog’s funeral procession is like human being

Dog’s funeral procession is like human being

ମଣିଷ ଓ ପଶୁଙ୍କ ପ୍ରେମର ଅନେକ ଉଦାହରଣ ରହିଛି। ଏ ଦୁନିଆରେ ଅନେକ ପଶୁ ପ୍ରେମୀ ଥିବାବେଳେ ସେମାନେ ନିଜ ପିଲା ଭଳି ଏମାନଙ୍କୁ ପାଳିଥାନ୍ତି। କେହି କେହି ନିଜ ଘରେ ବିଭିନ୍ନ ପୋଷାମାନଙ୍କୁ ପାଳି ସେମାନଙ୍କ ଯତ୍ନ ନେଉଥିବା ବେଳେ ଆଉ କେହି ବାହାରେ ବୁଲୁଥିବା ପଶୁମାନଙ୍କ ପ୍ରତି ଦେଖେଇଥାନ୍ତି ସେମାନଙ୍କ ଭଲ ପାଇବା।

Advertisment

ପୋଷା ପଶୁ ମଧ୍ୟରେ କୁକୁରର ଚାହିଦା ସବୁଠାରୁ ଅଧିକ। ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ କୁକୁର ଦେଖିବାକୁ ମିଳେ। ମଣିଷ ଭଳି କୁକୁର ମଧ୍ୟ ଘରେ ରୁହେ ଆଉ ଭଲ ପାଇବା ପାଏ। ମଣିଷ ଓ ପଶୁ ମଧ୍ୟରେ ଯେତେବେଳେ ଅନାବିଳ ପ୍ରେମ ଗଢି ଉଠେ ସେତେବେଳେ ପଶୁକୁ ହରାଇବା ମଧ୍ୟ ଅତ୍ୟନ୍ତ ଦୁଃଖ ଦେଇଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସହରରେ।

ଦୀର୍ଘ ୧୬ ବର୍ଷ ଧରି ପୋଷା କୁକୁରକୁ ଲାଳନ ପାଳନ କରୁଥିବା ପାରଳାଖେମୁଣ୍ଡିର ଟୁନୁ ଗୌଡ଼ ନିଜ କୁକୁରର ମୃତ୍ୟୁକୁ ଠିକ୍ ମଣିଷ ମୃତ୍ୟୁ ପରି ରୀତି ନୀତି ସହ ଶେଷକୃତ୍ୟ କରିଛନ୍ତି। ସେ କୁହନ୍ତି ଯେ ଏହି କୁକୁର ଆସିବା ପରେ ହିଁ ତାଙ୍କ ଜୀବନରେ ଉନ୍ନତି ହୋଇଥିଲା, ତେଣୁ କୁକୁରର ମୃତ୍ୟୁ ପରେ ସେ ଓ ତାଙ୍କ ମାଆ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

Advertisment

ସବୁଠାରୁ ବଡ କଥା ହେଲେ ଢୁ ଢୁ ବର୍ଷ ଢାଳୁଥିଲେ ବି କୁକୁରର ଶେଷ ଶୋଭାଯାତ୍ରାରେ ଅନେକ ବନ୍ଧୁ, ସାହି ପଡିଶା, ଆତ୍ମୀୟ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରୁ ଲାଗୁଥିବା ସତେ ଯେପରି ଟୁନୁଙ୍କ କେହି ପାରିବାର ଲୋକେ ଚାଲି ଯାଇଛନ୍ତି।

କୁକୁରର ମୃତ ଦେହକୁ ଟୁନୁ ନିଜ ଘରୁ ଶୋଭାଯାତ୍ରାରେ ନେଇ ଶ୍ମଶାନରେ ଠିକ ମଣିଷଙ୍କ ପରି ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଟୁନୁ ଏହି ଗୋଟିଏ କୁକୁର ନୁହେଁ ତାଙ୍କ ଘରେ ଅନେକ କୁକୁର ରଖିଛନ୍ତି। ତେବେ ତାଙ୍କର ଏହି କାମ ଜଣେଇ ଦେଇଛି ଯେ ପଶୁ ପ୍ରତି ମଣିଷ କେତେ ସମ୍ମାନ ରହିଛି!

Animal Lover Dog Death
Advertisment
Advertisment