Advertisment

ମିଳିଲା ଡାକ୍ତରଙ୍କ ମୃତଦେହ, ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସ୍‌କୁ ଜଣାଇଲେ ପଡ଼ୋଶୀ

ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।

author-image
Rajalaxmi Sahoo
Doctor Deadbody Found In Cuttack

Doctor Deadbody Found In Cuttack

ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ। କଟକ ଚାଉଳିଆଗଞ୍ଜରେ ଥିବା ଏକ ଘରୁ ଡାକ୍ତର ମଲାଡି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ସାଲେପୁର ଚିକିତ୍ସା କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ।

Advertisment

ଚାଉଳିଆଗଞ୍ଜରେ ଏକ ଭଡ଼ାଘରେ ସେ ଏକା ରହୁଥିଲେ। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଶୋଇବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ହୃଦଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। 

ତେବେ ଡାକ୍ତରଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Advertisment
Advertisment
Advertisment