Advertisment

କାର୍ ହେଇଗଲା ହେଲିକପ୍ଟର; ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ

କାର୍‌କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍‌କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।

author-image
Pramod Behera
ଅଦ୍ୟତନ ହୋଇଛି
Diwakar modified his car to helicopter

Diwakar modified his car to helicopter

ସ୍ୱପ୍ନ ତ ସମସ୍ତେ ଦେଖନ୍ତି, କିନ୍ତୁ ବହୁତ କମ୍ ଲୋକ ସ୍ୱପ୍ନକୁ ବାସ୍ତବରେ ପରିଣତ କରନ୍ତି। ଅବଶ୍ୟ ବିହାରର ଖଗଡିଆର ଦିବାକର ତାଙ୍କ ସ୍ୱପ୍ନକୁ ସତ କରିଛନ୍ତି। ସେ ତାଙ୍କର ଏକ ୱାଗନଆର୍‌ କାର୍‌କୁ ହେଲିକପ୍ଟରର ରୂପ ଦେଇଛନ୍ତି।

Advertisment

ସୂଚନା ମୁତାବକ ସେ ତାଙ୍କ କାର୍‌କୁ ହେଲିକପ୍ଟର କରିବାକୁ ଚିନ୍ତା କରିବା ପରେ ଏହାକୁ ଜଣେ ମେକାନିକ୍ ନିକଟକୁ ନେଇଥିଲେ ଏବଂ ସେ ଏହାକୁ ହେଲିକପ୍ଟରର ରୂପ ଦେଇଦେଲେ। କାର୍‌ଟି ଯେତେବେଳେ ହେଲିକପ୍ଟର ପରି ଦେଖାଗଲା ଲୋକେ ଦେଖିବାକୁ ଭିଡ ଜମେଇଲେ। ଖାଲି ଏତିକି ନୁହେଁ ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରିବାକୁ ଲାଗିଲେଣି।

ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ:

ପ୍ରକାଶଥାଉ ଯେ ଖଗଡିଆର ବାସିନ୍ଦା ଦିବାକର ୟୁଟ୍ୟୁବ୍‌ରେ ହେଲିକପ୍ଟର ପରି ଦେଖାଯାଉଥିବା କାର୍‌କୁ ଦେଖିଥିଲେ। ଏହା ପରେ ତାଙ୍କ ମନରେ ଚିନ୍ତା ଆସିଥିଲା ଯେ ସେ ମଧ୍ୟ ତାଙ୍କ କାର୍‌କୁ ସମାନ ଢଙ୍ଗରେ ତିଆରି କରିବେ। କାର୍‌କୁ ହେଲିକପ୍ଟରର ରୂପ ଦେବା ପାଇଁ ସେ ନିଜ କାର୍‌କୁ ମେକାନିକ୍‌ଙ୍କୁ ପାଖକୁ ନେଇ ସିୱାନରେ ପହଞ୍ଚିଥିଲେ। ଅନେକ ଦିନର ପରିଶ୍ରମ ଏବଂ ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ତାଙ୍କ କାର୍‌କୁ ପରିବର୍ତ୍ତନ କରାଯାଇ ହେଲିକପ୍ଟରର ରୂପ ଦିଆଗଲା।

Advertisment

ଲୋକମାନେ ବିବାହ ପାଇଁ ବୁକିଂ କରୁଛନ୍ତି:

କୁହାଯାଉଛି ଯେ ଦିବାକର ତାଙ୍କ ହେଲିକପ୍ଟର କାର୍‌ର ଏସି ମରାମତି ପାଇଁ ଭାଗଲପୁର ଯାଇଥିଲେ। ସେଠାରେ ଲୋକମାନେ ତାଙ୍କର ଏହି ଅନନ୍ୟ କାର୍‌ ଦେଖିବା ପାଇଁ ଭିଡ ଜମେଇ ଦେଇଥିଲେ। ଖାଲି ଭିଡ ନୁହେଁ ସେମାନେ ଏହି କାର୍‌ର ଫଟୋ ଉଠାଇବା ସହ ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ।

ଏହା ପରେ ଦିବାକରଙ୍କ ହେଲିକପ୍ଟର କାର୍‌ ବହୁତ ପ୍ରସିଦ୍ଧ ହୋଇଗଲା। ତାଙ୍କ କାରର ଚାହିଦା ବଢିଗଲା। ଲୋକମାନେ ବିବାହ ପାଇଁ ଏହି କାର୍ ବୁକିଂ କରିବା ଆରମ୍ଭ କରିଦେଲେଣି। ଦିବାକର ଗୋଟିଏ ବୁକିଂରେ ଯିବାକୁ ୧୧ ହଜାର ଟଙ୍କା ଦାବି କରନ୍ତି। ସେନେଇ ସେ ମଧ୍ୟ ଭଲ ରୋଜଗାର କରୁଛନ୍ତି।

ତାଙ୍କର ଏହି ହେଲିକପ୍ଟର୍ କାର୍‌କୁ ନେଇ ଦିବାକର କୁହନ୍ତି ଯେ “ୟୁଟ୍ୟୁବରେ ଏହି ପ୍ରକାର କାର୍ ଦେଖିଥିଲି। ସେବେଠାରୁ ଏକ ଚିନ୍ତାଧାରା ମୋ ମନକୁ ଆସିଲା ଯେ ମୁଁ ମଧ୍ୟ ଏହି ଜିନିଷକୁ ଆମ ଅଞ୍ଚଳରେ ଆଣିବି ଏବଂ ଏହାକୁ ବିବାହ ସମାରୋହରେ ଲଗେଇବି। ୱାଗନଆର୍ ରୂପାନ୍ତର କରିବାକୁ ୩.୫ ଲକ୍ଷ ଟଙ୍କା ଲାଗିଲା। କାର୍‌ର ନୂଆ ଲୁକ୍ ଯୋଗୁଁ ଦେଖିବାକୁ ବହୁତ ଲୋକ ଆସୁଛନ୍ତି।”

Ajab Gajab News
Advertisment
Advertisment