• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଝାଡାବାନ୍ତି ଆକ୍ରାନ୍ତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଲାକଟେରୀ ଗାଁରେ ଝାଡାବାନ୍ତିକୁ ନେଇ ଆତଙ୍କ ଖେଳିଯାଇଛି ।

ଗାଁରେ ମେଡ଼ିକାଲ ଟିମ୍‌ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା କରୁଥିବାବେଳେ ପଚା ମାଛ ଖାଇ ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ କର୍ମଚାରୀ କହିଛନ୍ତି । ଗ୍ରାମବାସୀଙ୍କୁ ସଚେତନ କରିବା ସହ ମେଡ଼ିକାଲ ଟିମ୍‌ କୂଅରେ ବ୍ଲିଚିଂ ପକାଇଛନ୍ତି । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ଏନେଇ ଜଣେ ମେଡିକାଲ୍‌ କର୍ମଚାରୀ କହିଛନ୍ତି ଯେ, ‘ସଢ଼ା ମାଛ ଖାଇବା ଯୋଗୁଁ ଲାକଟେରୀ ଗାଁରେ ଝାଡାବାନ୍ତି ବ୍ୟାପିଛି । ତେଣୁ ମେଡିକାଲ୍‌ ଟିମ୍‌ ଆସି ଗାଁରେ ଔଷଧ, ଓଆର୍‌ଏସ୍‌ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରୁଛୁ । ଗାଁରେ ଝାଡାବାନ୍ତିରେ ଗୁରୁତର ରୋଗୀ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣରେ ରହିଛି ’।

ତେବେ ଦୂଷିତ ପାଣି ଯୋଗୁଁ ଗାଁରେ ଝାଡାବାନ୍ତି ବ୍ୟାପୁଛି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।