/odishatv-khabar/media/post_attachments/uploadimage/library/16_9/16_9_0/s_1696650826.jpg)
Dhenkanal youth missing in Sikkim
ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂ ନିଖୋଜ ଥିବାରୁ ଚିନ୍ତାରେ ପରିବାର ଲୋକେ।
ସୂଚନା ଅନୁସାରେ, ଚନ୍ଦ୍ରଶେଖର ତାଙ୍କ ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ରାତିଠାରୁ ଚନ୍ଦ୍ରଶେଖର କି ତାଙ୍କ ସହ ଥିବା ଅନ୍ୟମାନେ କାହାର ବି ଫୋନ ଲାଗୁନଥିବା ପରିବାର ଲୋକ କହିଛନ୍ତି। ତେଣୁ ପୁଅକୁ ଖୋଜି ଆଣିବା ପାଇଁ ସହାୟତା ଲାଗି ଜିଲ୍ଲାପାଳଙ୍କୁ ଭେଟି ଚନ୍ଦ୍ରଶେଖରଙ୍କ ପରିବାର ଲୋକ ଗୁହାରି କରିଛନ୍ତି।
ପୁଅ ସହ କୌଣସି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାନ୍ଦି କାନ୍ଦି ଚନ୍ଦ୍ରଶେଖରଙ୍କ ମା’ କହିଛନ୍ତି, ‘ମଙ୍ଗଳବାର ରାତି ୯ଟାରେ ପୁଅ ସହ ଶେଷଥର ପାଇଁ କଥା ହୋଇଥିଲି। ଏହାପରେ ଯେତେ କଲ୍ କରୁଛି ଫୋନ୍ ଲାଗୁ ନାହିଁ।’ ସେପଟେ ଚନ୍ଦ୍ରଶେଖରଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଥାଉ କି, ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)