Advertisment

"ସବୁ ଏୟାରପୋର୍ଟ ସିଜ୍‌, ଘରକୁ ଯିବି କେମିତି?"

ୟୁକ୍ରେନ୍‌ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Dhenkanal Boy in Ukrain

Dhenkanal Boy in Ukrain

ୟୁକ୍ରେନ ଭିନିସ୍ତା ସହରରେ ରହି ପଢୁଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ତିନି ମାସ ତଳେ ସେ ଏମବିବିଏସ ପଢିବାକୁ ଭିନିସ୍ତା ନ୍ୟାସନାଲ ୟୁନିଭରସିଟିରେ ନାଁ ଲେଖାଇଥିଲେ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ, ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ପରିବାର ଲୋକ । ସୁପ୍ରିତ ପରିବାର ଲୋକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ବେଳେ, ପ୍ରତ୍ୟାବର୍ତ୍ତନ ନେଇ ଏଯାଏ କିଛି ବ୍ୟବସ୍ଥା ହୋଇପାରିନି । ତେବେ ପ୍ରସ୍ତୁତ ରହିବାକୁ କଲେଜ ପକ୍ଷରୁ ସୁପ୍ରିତଙ୍କୁ କୁହାଯାଇଛି ।

Advertisment

ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ । ଭିଡିଓ କଲ୍‌ରେ ସୁପ୍ରିତ କହିଛନ୍ତି ଯେ, ବର୍ତ୍ତମାନ କିଭ୍‌ରେ ଫ୍ଲାଇଟ ବନ୍ଦ ଅଛି, ସବୁ ଏୟାରପୋର୍ଟକୁ ସିଜ୍‌ କରାଯାଇଛି। ୨୭ ତାରିଖ ବେଳେ ଚାଟାର୍ଡ ପ୍ଲେନ ଦ୍ୱାରା ଭାରତ ଫେରିବୁ ବୋଲି ଦୂତାବାସ ସହ କଥା ହୋଇଥିବା କହିଛନ୍ତି। ଅଫିସିଆଲ୍‌ରୁ କଲ୍‌ ଆସିଲେ ସେ କିଭ୍‌ ବାହାରିବେ ଏବଂ ସେଠାରେ ସବୁ ଠିକ୍‌ଠାକ୍‌ ଅଛି ବୋଲି ସୁପ୍ରିତ କହିଛନ୍ତି।

ସୁପ୍ରିତଙ୍କ ମା ସରକାରଙ୍କୁ ଏନେଇ ଅନୁରୋଧ କରିଛନ୍ତି ଯେ, ଯଥା ଶୀଘ୍ର ସୁପ୍ରିତଙ୍କୁ ଭାରତ ଅଣାଯାଉ । ସେ ଆହୁରି କହିଛନ୍ତି ଯେ, ପିଲାମାନେ ସମସ୍ତେ ଭାରତ ଫେରି ଆସନ୍ତୁ, ସ୍ଥିତି ଠିକ୍ ନ ହେବା ଯାଏଁ ଏଠାରେ ରହିବେ । ବାକି ରହିଯାଇଥିବା ପାଠକୁ ଅନଲାଇନ୍‌ରେ ପଢାଇବା ସହ ପରୀକ୍ଷା ମଧ୍ୟ ଅନଲାଇନ୍‌ କରିବାକୁ କହିଛନ୍ତି ।

Advertisment
RussiaUkraineWar Dhenkanal Boy In Ukrain
Advertisment
Advertisment