• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିରରେ ନୀତି ବିଳମ୍ବ । ମଦନମୋହନ ଓ ରୁକ୍ମଣୀ ବିବାହ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହୋଇଥିଲା । ଫଳରେ ଦର୍ଶନ ପାଇଁ ଦୂରଦୂରାନ୍ତୁ ଆସିଥିବା ହଜାର ହଜାର ଭକ୍ତ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାରରେ ଅପେକ୍ଷାରେ ରହିଥିଲେ । ଲମ୍ବାଧାଡ଼ିରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଅପେକ୍ଷାରେ ରହିଥିଲେ ଭକ୍ତ ।

ଗତକାଲି ସକାଳ ଧୂପ ପରେ ନୀତି ବିଳମ୍ବିତ ହୋଇଥିଲା । ମଧ୍ୟାହ୍ନ ଧୂପ ଓ ସଂଧ୍ୟାଧୂପ ବିଳମ୍ବ ହେବାରୁ ବିବାହ ନୀତି ବିଳମ୍ବିତ ହେବାରୁ ବିବାହ ନୀତି ବିଳମ୍ବ ହୋଇଥିଲା । ସେପଟେ ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଦେବଦମ୍ପତି ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି ।

ସେହିପରି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ସ୍ନାନଯାତ୍ରା, ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ ଦାଇତାପତି । ସେପଟେ ଆସନ୍ତା ୧୪ ରେ ପବିତ୍ର ସ୍ନାନଯାତ୍ରା ଥିବାରୁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତା ୧୪ ତାରିଖରେ ପବିତ୍ର ସ୍ନାନଯାତ୍ରା । ଦୀର୍ଘ ଦୁଇବର୍ଷ ପରେ ଲକ୍ଷ ଲକ୍ଷ ଭକ୍ତ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ନାନଯାତ୍ରା ଅବସରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି ।

ସେହିପରି ଶ୍ରୀନହର ନିକଟରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଜିକ୍‌ଜ୍ୟାକ୍‌ ବ୍ୟାରିକେଡ଼ କରାଯାଇଛି । ଉଭୟ ବ୍ୟାରିକେଡ଼ ଓ ବଡ଼ଦାଣ୍ଡରୁ ଭକ୍ତମାନେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସ୍ୱାସ୍ଥ୍ୟ,ପାନୀୟ ଜଳ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ସ୍ନାନ ଯାତ୍ରା ପୂର୍ବରୁ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ସ୍ନାନଯାତ୍ରା, ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ ଦାଇତାପତି । ସେପଟେ ସେପଟେ ରଥଖଳାରେ ଆଗେଇ ଚାଲିଛି ରଥକାମ । ତିନିରଥର ଚାରିନାହାକା ଉଠିଥିବା ବେଳେ, ନନ୍ଦିଘୋଷ ରଥର ସାନଉଛୁଳା ଅଖରେ ଫାଟ ଥିବାରୁ ନୂଆ ଅଖ ପରିବର୍ତ୍ତନ କରାଯାଇଛି । ଏବେ ରଥର ଉପରିଭାଗ କାମ ଜାରି ରହିଛି ।