/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652949042.jpg)
Rathayatra 2022
ଏବର୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା । ଭକ୍ତଙ୍କ ଗ୍ରହଣରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନଯାତ୍ରା ଦେଖିପାରିବେ । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ଶୃଙ୍ଖଳିତ ପହଣ୍ଡି, ହାତୀ ବେଶ ବେଳେ କିପରି ସେବାୟତ ମଣ୍ଡପରେ ରହିବେନି ସେ ଦିଗରେ ଗୁରୁତ୍ୱ ସହ ଆଲୋଚନା ହୋଇଛି । ତାସହ ଭକ୍ତ ପୁରୀକୁ ଆସିଲେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଆଲୋଚନା କରିଛନ୍ତି ବରିଷ୍ଠ ସେବାୟତ ।
ତାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରସ୍ତାବ ଦେଇଛନ୍ତି ସେବାୟତ । ହାତୀବେଶ ପରେ ୨ରୁ ୩ ଘଣ୍ଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ । ଯେପରି ପୂର୍ବ ଭଳି ଶ୍ରଦ୍ଧାଳୁ ଶ୍ରୀମନ୍ଦିରରୁ ଭିତରୁ ହୋଇ ସ୍ନାନ ମଣ୍ଡପ ତଳୁ ଦର୍ଶନ କରୁଥିଲେ ସେଭଳି କରିବାକୁ ପରାମର୍ଶ ଦିଆଯାଇଛି । ତାସହ ୨ରୁ ୩ ଘଣ୍ଟା ପାଇଁ ସାହାଣମେଲା ଦର୍ଶନ ପାଇଁ ବି ଛତିଶା ନିଯୋଗ ପ୍ରସ୍ତାବ ଦେଇଛି । ସେପଟେ ଆସନ୍ତାକାଲି ରଥଯାତ୍ରା ସମନ୍ୱୟ କମିଟି ବୈଠକ ହେବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)