ଭିଡ଼, ଭିଡ଼ ଆଉ ଭିଡ଼...ଶ୍ରୀମନ୍ଦିରରେ ଏତେ ଭିଡ଼ ଯେ, ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ଲମ୍ବା ଧାଡ଼ି ଲମ୍ବିଛି । ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ଯାଏ ପୁରୁଷ, ମହିଳା, ବୟସ୍କ, ଛୁଆ...ସମସ୍ତେ ଏହି ଭିଡ଼ରେ ଫସିଥିବା ଆଜି ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ
ତେବେ ଲମ୍ବା ଧାଡ଼ିରେ ଠିଆ ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶ୍ରଦ୍ଧାଳୁ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ଜଣାପଡ଼ିଛି ।
ଆଜି ଗୋଟିଏ ଦିନ ନୁହେଁ ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ । ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଫଳରେ ଏମିତି ଅସୁବିଧା ହେଉଛି । କିଛି ଦିନ ପୂର୍ବରୁ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା । ତଥାପି ପରିସ୍ଥିତି ସୁଧୁରିନି ।
Also Read
ସେପଟେ ଶ୍ରୀମନ୍ଦିରର ୩ ଦ୍ୱାର ଖୋଲାଯାଉ ବୋଲି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଯେ, ନିକଟରେ ପୁରୀ ଯାଇ ଶ୍ରଦ୍ଧାଳୁଙ୍କ ଦୁଃଖଦୁର୍ଦ୍ଦଶା ଦେଖିଲି । ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡୁଛି ।’
‘ବିକଳ୍ପ ବାଟ ସରକାରଙ୍କୁ ଜଣା, ୩ ଦ୍ୱାର ଖୋଲାଯାଉ । ଗୋଟିଏ ଦ୍ୱାରରେ ପ୍ରକଳ୍ପ କାମ ହେଉ, ଅନ୍ୟ ୩ ଦ୍ୱାର ଖୋଲୁ । ଐତିହ୍ୟ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ ବୋଲି ବିଶ୍ୱଭୂଷଣ କହିଛନ୍ତି ।