/odishatv-khabar/media/post_attachments/uploadimage/library/16_9/16_9_0/death_1650445096.jpg)
death
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ମୃତ । ସନ୍ଦେହଜନକ ଅବସ୍ଥାରେ ନିଜ କ୍ୱାର୍ଟରରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ତହସିଲଦାର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ଡେପୁଟି ରେଞ୍ଜର ବ୍ରଜମୋହନ ଆଜି ଅଫିସ ନ ଆସିବାରୁ ସାଥୀ କର୍ମଚାରୀ ତାଙ୍କ କ୍ୱାର୍ଟରକୁ ଯାଇଥିଲେ କବାଟ ବାଡ଼େଇଥିଲେ । ହେଲେ ସେ କବାଟ ନଖୋଲିବାରୁ ସନ୍ଦେହ ହୋଇଥିଲା । ଶେଷରେ ଝରକା ପଟେ କିଛି କର୍ମଚାରୀ ଘର ଭିତରକୁ ଦେଖିବା ପାଇଁ ଚେଷ୍ଟା କରିଥିଲେ ।
ହେଲେ ସମସ୍ତେ ଘର ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଉଲଗ୍ନ ଅବସ୍ଥାରେ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ ପରେ ରେଞ୍ଜର ଥାନାରେ ଅଭିଯୋଗ କରିବା ସହ ସେଠାରେ ଆସି ପହଞ୍ଚିଥିଲେ । ପରେ ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଆସି ପହଞ୍ଚିଥିଲେ । ମୃତ ଡେପୁଟି ରେଞ୍ଜରଙ୍କ ଘର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବୋଲି ଜଣାପଡ଼ିଛି । ସେ ଗତ ଅକ୍ଟୋବର ମାସରେ ଏଠାରେ ଯୋଗଦେଇଥିଲେ କିଛିଦିନ ପାଇଁ ଛୁଟିରେ ଯାଇ ମଙ୍ଗଳବାର ଦିନ କ୍ୱାର୍ଟରକୁ ଫେରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)