/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656325998.jpg)
Special story
ଓଲିଉଡର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଡପ୍ରେସନ୍ । ମୃତ୍ୟୁ ପୂର୍ବରୁ ମେଣ୍ଟାଲ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ । ପୋଲିସ ଜୋରସୋରରେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚଲେଇ ଥିବାବେଳେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏପରି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ମଞ୍ଚେଶ୍ୱର ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ପରିବାର, ପଡ଼ୋଶୀ, ଡ୍ରାଇଭର, ପରିଚିତ ଲୋକଙ୍କୁ ପଚରାଉଚରା କରାଯାଉଛି । ରାଇମୋହନଙ୍କ ଫୋନ୍ ଜବତ କରିଯାଇଛି, ସେଥିରୁ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି ।
ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ପରି ଜଣାପଡ଼ୁଛି । ତେବେ ଏହା ପଛର କାରଣ ପରିବାର ଲୋକ ନିର୍ଦ୍ଦିଷ୍ଟ ଭାବେ କହିପାରୁନାହାନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇପାରିବ । ପୂର୍ବରୁ ଥରେ ମଞ୍ଚେଶ୍ୱର ଥାନାକୁ ରାଇମୋହନ ଆସିଥିବା କହିଛନ୍ତି ଡିସିପି । ତେବେ ସେତେବେଳେ ରାଇମୋହନ ଏକ ବ୍ୟକ୍ତିଗତ କାମ ପାଇଁ ଆସିଥିଲେ ।
ସୂଚନାଯୋଗ୍ୟ ତିନି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ ରାଇମୋହନ । ତେବେ କାହିଁକି ଆତ୍ମହତ୍ୟା କଲେ ଅଭିନେତା ରାଇମୋହନ ? ଏହାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସିଛି । ତଦନ୍ତ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)