Defunct vehicles lying on the roads will be removed
ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି। ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଅଚଳ ହୋଇ ପଡ଼ିଥିବା ଗାଡ଼ି ଉପରେ ନୋଟିସ୍ ଲଗାଯାଇଛି।
୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି । ଯଦି ଗାଡ଼ି ମାଲିକ ଗାଡ଼ି ନ ଉଠାନ୍ତି, ତେବେ ବିଏମ୍ସି ଉଠାଇ ନେଇ ସେହି ଅଞ୍ଚଳକୁ ଖାଲି କରିବ। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ମଧ୍ୟ ଦିଆଯାଇଛି।
ସୂଚନାଥାଉ କି, ଖାଲି ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଅନେକ ଅଚଳ ଗାଡ଼ି ପଡ଼ି ରହିଥିବା ଦେଖିବାକୁ ମିଳିଛି। ଖରା, ବର୍ଷାରେ ଗାଡ଼ି ସବୁ ସେମିତି ଖତ ଖାଉଛି। ନା ଗାଡ଼ି ମାଲିକ ରାସ୍ତାକଡ଼ରୁ ଏହିସବୁ ଗାଡ଼ିକୁ ହଟାଉଛନ୍ତି ନା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ ବିଏମ୍ସିର ଏଭଳି ପଦକ୍ଷେପକୁ କିଛି ଲୋକ ସ୍ୱାଗତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1685068042.jpg)