Advertisment

ଦୀର୍ଘ ବର୍ଷ ପରେ ଦୁନିଆକୁ ଶୁଣିପାରିଲା ଝିଅ; ଖୁସିରେ କାନ୍ଦି ପକେଇଲା

ଖୁବ କମ ବୟସରେ ସ୍ୱାସ୍ଥ୍ୟ ଖରାପ ହେତୁ କୁନି ଝିଅର କାନ କଟିଯାଇଥିଲା। ଫଳରେ ସେ ସବୁଦିନ ପାଇଁ ହରେଇ ବସିଥିଲା ଶ୍ରବଣ ଶକ୍ତି। ଏବେ ତା’ ମୁହଁରେ ଫୁଟି ଉଠିଛି ହସ। କାରଣ ସେ ଏବେ ଶୁଣିବାକୁ ସକ୍ଷମ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Deaf girl hear sound after years cries in happiness

Deaf girl hear sound after years cries in happiness

ମଣିଷ ଯେତେବେଳେ ନିଜ ଶରୀରକୁ ଉପହାର ରୂପେ ଗ୍ରହଣ ନ କରି ଏହାକୁ ଭାର ବା ଦାୟିତ୍ୱ ଭାବରେ ବିବେଚନା କରିବା ଆରମ୍ଭ କରେ, ସେତେବେଳେ ସେ ଭୁଲିଯାଏ ଯେ ପ୍ରକୃତି ଦ୍ୱାରା ଦିଆଯାଇଥିବା ଏହା ହେଉଛି ସବୁଠାରୁ ସୁନ୍ଦର ଜିନିଷ। ଯେଉଁମାନଙ୍କର ଶରୀରରେ କୌଣସି ଅସୁବିଧା କିମ୍ବା ଅଭାବ ଥାଏ, ସେମାନେ ହିଁ ଜାଣନ୍ତି ଯେ ଏକ ପୂର୍ଣ୍ଣ ଶରୀର ପାଇବା କେତେ ବଡ଼ କଥା।

Advertisment

ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ୭ ବର୍ଷର ବାଳିକା ଯେତେବେଳେ ପ୍ରକୃତିର ସ୍ୱର ଶୁଣିଛି ତା’ ଆଖିରୁ ଲୁହ ଆସିଯାଇଛି। ଏହି ଭିଡିଓଟି ଦେଖିଲା ପରେ ଆପଣ ବୁଝିଯିବେ ଯେ ଆମ ପାଖରେ ସବୁ କିଛି ଥାଇ ମଧ୍ୟ ଆମେ କିପରି ଏସବୁର ଯତ୍ନ ନେଉନାହୁଁ। କିନ୍ତୁ ଯେତେବେଳେ ଏ ସବୁ ଥିବ, ସେତେବେଳେ ହିଁ ଆମେ ଏହାର ମହତ୍ତ୍ୱକୁ ବୁଝିପାରିବା।

ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଗୁଡ୍ ନ୍ୟୁଜ୍ ମୁଭମେଣ୍ଟ୍' ରେ ଚକିତ ଭିଡିଓଗୁଡିକ ପୋଷ୍ଟ କରାଯାଇଥାଏ। ଏବେ ଏହି ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଏକ ୭ ବର୍ଷର ଝିଅର କାନରେ ଶ୍ରବଣ ଯନ୍ତ୍ର ଫିଟ୍ କରାଯାଉଥିବା ଦେଖାଯାଉଛି।

Advertisment

ଝିଅଟିର ନାମ ନେସ୍ତାୟା ହୋଇଥିବା ବେଳେ ସେ କେନିଆର ୱାଜିରରୁ ଆସିଛି। ଖୁବ କମ ବୟସରେ ସ୍ୱାସ୍ଥ୍ୟ ଖରାପ ହେତୁ ତା’ର କାନ କଟିଯାଇଥିଲା। ଫଳରେ ସେ ଶ୍ରବଣ ଶକ୍ତି ହରାଇଥାଲା। ସେବେଠାରୁ ସେ ଶୁଣିବାରେ ଅକ୍ଷମ ଥିଲା।

ଏବେ ଝିଅଟିର କାନରେ ଏକ ମେସିନ୍ ଲଗାଯିବା ପରେ ସେ ଶୁଣି ଶୁଣିବା ଆରମ୍ଭ କରିଛି। ଭିଡିଓରେ ଝିଅଟି ଏକ ଚେୟାରରେ ବସିଛି ଏବଂ ତା ପଛରେ ଥିବା ଜଣେ ଡାକ୍ତର ତା’ର କାନରେ ଏକ ମେସିନ୍ ଲଗାଉଛନ୍ତି। ମେସିନ୍ ଇନଷ୍ଟଲ୍ କରିବା ପରେ ସେଠାରେ ଥିବା ସମସ୍ତେ କରତାଳି ଦେଉଥିବା ଦେଖାଯାଏ।

ଏହି ସମୟରେ ଝିଅଟି ବୁଲିପଡି ପଛକୁ ଚାହେଁ। ସେ ଏବେ ପୁଣିଥରେ ଶୁଣିବାକୁ ସକ୍ଷମ ବୋଲି ଅନୁଭବ କରେ। ତା’ ଚେହେରାରେ ଏକ ଅଦ୍ଭୁତ ଖୁସି ଖେଳିଯିବା ଏହି ଭିଡିଓରେ ଦେଖିବାକୁ ମିଳେ। ଏହା ପରେ ସେ କାନ୍ଦିବାକୁ ଲାଗେ ଆଉ ତା’ ମୁହଁକୁ ଲୁଚେଇ ଦିଏ। ଏହି ଭିଡିଓକୁ ଯିଏ ଦେଖିବ ସେ ଭାବପ୍ରବଣ ହେବା ନିଶ୍ଚିତ।

ଖବର ଲେଖା ହେବା ବେଳକୁ ଏହି ଭିଡିଓଟି ୧୪ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ଭିଡିଓ ଦେଖି କହିଛନ୍ତି ଯେ ଏହି ଝିଅ ଏବଂ ତାକୁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ। ଆଉ ଝିଅଟିର ହସକୁ ଖୁବ ମିଠା ବୋଲି କହିଛନ୍ତି।

ସେହିପରି ଅନ୍ୟ ଜଣେ ଝିଅଟି ବହୁତ ସୁନ୍ଦର ଏବଂ ଏହି ଭିଡିଓଟି ବହୁତ ଭଲ ବୋଲି କହିଛନ୍ତି। ଆଉ ଜନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହାକୁ ଦେଖି ସେ ଜିନିଷକୁ ଖରାପ ଭାବିଛନ୍ତି, କାରଣ ଛୋଟ ଛୋଟ ଜିନିଷ ପାଇଁ ସେ ଉପରବାଲାଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ।

Viral Video Ajab Gajab
Advertisment
Advertisment