Advertisment

ଅନ୍ତିମ ସଂସ୍କାର ପାଇଁ ଯାଉଥିଲା ମୃତଦେହ; ମଝି ରାସ୍ତାରେ ଜୀ‍ଇଁ ଉଠିଲା

ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମୃତ୍ୟୁ ପରେ ପୁଣି ଜୀଇଁ ଉଠିଛନ୍ତି। ତାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଉଥିଲେ। ମହିଳା ଜଣକ ହଠାତ୍ ମଝି ରାସ୍ତାରେ ଜୀଇଁ ଉଠିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Dead woman wakes up on the way to her funeral

Dead woman wakes up on the way to her funeral

ଓଡ଼ିଆରେ ଏକ ଢଗ ଅଛି, ‘ରହେ ହରି ମାରେ କିଏ, ମାରେ ହରି ରଖେ କିଏ’। କୁହାଯାଏ ଜୀବନ ଏବଂ ମୃତ୍ୟୁ କେବଳ ଭଗବାନଙ୍କ ହାତରେ। ଯଦିବା କେହି ଏହାକୁ ବିଶ୍ୱାସ କରିବାକୁ ଚାହାଁନ୍ତି ନାହିଁ, ତେବେ ଏମିତି କିଛି ଘଟଣା ଆଖି ସାମ୍ନାରେ ଘଟିଯାଏ, ଯାହା ଆମକୁ ଏହି କଥା ବିଶ୍ୱାସ କରିବାକୁ ବାଧ୍ୟ କରେ।

Advertisment

ବର୍ତ୍ତମାନ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମୃତ୍ୟୁ ପରେ ପୁଣି ଜୀଇଁ ଉଠିଛନ୍ତି। ତାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଉଥିଲେ। ମହିଳା ଜଣକ ହଠାତ୍ ମଝି ରାସ୍ତାରେ ଜୀଇଁ ଉଠିଲେ।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଥାଇଲ୍ୟାଣ୍ଡର ୪୯ ବର୍ଷୀୟା ମହିଳା ଚାତାପୋର୍ନ୍ ଶ୍ରୀଫୋନଲାଙ୍କ ସହିତ ଘଟିଛି। ମହିଳାଙ୍କ ଶ୍ୱାସ ବନ୍ଦ ହୋଇଯାଇଥିଲା। ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟ ତାଙ୍କ ଶବକୁ ଶେଷକୃତ୍ୟ ପାଇଁ ନେଉଥିଲେ। ଏହି ସମୟରେ ମଝି ରାସ୍ତାରେ ମହିଳା ଜଣକ ଯେତେବେଳେ ଜୀଇଁ ଉଠିଲେ ସମସ୍ତେ ଡରିଗଲେ, କାରଣ କେହି ଏଭଳି ହେବା ଆଦୌ ଆଶା କରିନଥିଲେ।

Advertisment

ଏହି ଘଟଣା ଜୁନ୍ ୨୯ରେ ଥାଇଲ୍ୟାଣ୍ଡର ଉଡୋନ୍ ଥାନି ପ୍ରଦେଶରେ ଘଟିଥିଲା। ପାରାମେଡିକ୍ସ ଅନୁଭବ କଲେ ଯେ ମହିଳାଙ୍କ ଶ୍ୱାସ ବନ୍ଦ ହୋଇଯାଇଛି ଏବଂ ସେ ଜୀବନ ହରାଇଛନ୍ତି। ମହିଳା ଜଣକ ପୂର୍ବରୁ ଯକୃତ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଡାକ୍ତରମାନେ ମଧ୍ୟ ତାଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍ ଥିବା କହିଥିଲେ। ଏହି କାରଣରୁ ତାଙ୍କ ମା’ ମଧ୍ୟ ନିଶ୍ଚିତ ହୋଇଯାଇଥିଲେ ଯେ ଝିଅ ମରିଯାଇଛି।

ତାଙ୍କର ଅନ୍ତିମ ସଂସ୍କାରର ବ୍ୟବସ୍ଥା କରାଯାଇଥିଲା ଏବଂ ଏକ କାର୍‌ରେ ତାଙ୍କ ମୃତ ଶରୀରକୁ ନିଆଯାଉଥିଲା। ରାସ୍ତାରେ କିଛି ସମୟ ଗଲା ପରେ ମହିଳା ଜଣକ ହଠାତ ଆଖି ଖୋଲିଥିଲେ। ଏହା ଦେଖି କାରରେ ଥିବା ଲୋକମାନେ ଡରିଗଲେ।

ଶେଷକୃତ୍ୟ ପାଇଁ ସାଙ୍ଗରେ ଯାଉଥିବା ଅନ୍ୟ ଲୋକମାନେ ସିନା ଡରିଗଲେ କିନ୍ତୁ ଏହି ଚମତ୍କାରରେ ମହିଳାଙ୍କ ବାପାମାଆ ବହୁତ ଖୁସି ହୋଇଗଲେ। ଏହି ଖୁସି ଖବର ସେମାନେ ସମସ୍ତଙ୍କୁ ଜଣେଇଦେଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।

ପ୍ରକାଶଥାଉ ଯେ କିଛି ଦିନ ପୂର୍ବରୁ ଇକ୍ୟୁଏଡରରୁ ଜଣେ ମହିଳା କଫିନ୍ ଭିତରେ ଜୀଇଁଉଠିଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ଏକ ସପ୍ତାହ ପରେ ସେ ପୁଣି ମୃତ୍ୟୁବରଣ କରିଥିଲେ।

Ajab Gajab Ajab Gajab News
Advertisment
Advertisment