Advertisment

ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

author-image
Rajalaxmi Sahoo
Dead mother Cobra with 14 live babies found from septic tank

Dead mother Cobra with 14 live babies found from septic tank

ଛୁଆ ପାଇଁ ମା’ ସବୁକିଛି କରିଥାଏ। ଏପରିକି ନିଜ ଜୀବନ ମଧ୍ୟ ଦେବାକୁ ମଧ୍ୟ ପଛାଏ ନାହିଁ। ନିଜ ଜୀବନକୁ ପାଣି ଛଡ଼ାଇ ଛୁଆର ଜୀବନ ବଞ୍ଚାଇ ଥାଏ। ହେଲେ ଛୁଆର କୌଣସି କ୍ଷତି ହେବାକୁ ଦିଏ ନାହିଁ। ସାଧାରଣତଃ ଏମିତି କିଛି ସାପ ଅଛନ୍ତି, ଯେଉଁମାନେ ସ୍ୱଜାତିର ସାପକୁ ଖାଇଥାନ୍ତି। ନିଜର ଜୀବନ ରକ୍ଷା କରିବାକୁ ଯାଇ ଏମାନେ ଅନ୍ୟ ସାପକୁ ଗିଳି ଦିଅନ୍ତି। କିନ୍ତୁ କଟକ ଜିଲ୍ଲା ବାଙ୍କୀ ଦୁଲଣାପୁରରେ ଏକ ଅଲଗା ଘଟଣା ଦେଖିବାକୁ ମିଳିଛି। ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

Advertisment

ସୂଚନା ଅନୁସାରେ, ବାଙ୍କୀ-ଡ଼ମପଡା ବ୍ଲକ ଦୁଲଣାପୁର ଗାଁର ଲକ୍ଷ୍ମୀଧର ପରିଡାଙ୍କ ପାଇଖାନା ଟାଙ୍କିରୁ ମୃତ ମା’ ନାଗ ସହ ୧୪ଟି ଛୁଆ ନାଗ ସାପ ଉଦ୍ଧାର ହୋଇଛି। ଲକ୍ଷ୍ମୀଧରଙ୍କ ପରିବାର ନୂଆ ପାଇଖାନା ଟାଙ୍କି ଖୋଲି ଦେଖିବା ବେଳକୁ ମା’ ନାଗ ସାପ ଶୋଇଥିଲା। ପାଖରେ ୨ଟି ସାପ ଛୁଆ ବୁଲୁ ଥିବାର ଦେଖି ଭୟଭୀତ ହୋଇ ବାଙ୍କୀ ସ୍ନେକ୍‌ ହେଲ୍‌ପ୍‌ ଲାଇନକୁ ଖବର ଦେଇଥିଲେ।

ସ୍ନେକ୍‌ ହେଲ୍‌ପ୍‌ଲାଇନ୍ କର୍ମଚାରୀ ପହଞ୍ଚି ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସାପ ଛୁ‌ଆକୁ ବାଲଟିରେ ଆଣି ଉପରକୁ ଆସିଥିଲେ। ପରେ ଦେଖିବାକୁ ପାଇଥିଲେ ମା’ ନାଗୁଣୀର ମୃତ୍ୟୁ ହୋଇଛି।  ନ ଖାଇ ନ ପିଇ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସାପ ଗୁଡିକୁ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦିଆଯାଇଛି।  

Advertisment
Cobra Snake
Advertisment
Advertisment