Advertisment

୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ

ପଞ୍ଚଭୂତରେ ଲୀନ ହୋଇଛି ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ ।

ଅଦ୍ୟତନ ହୋଇଛି
Dead Jawan's Dughter Receives National Flag

dead jawan's dughter receives national flag

Advertisment

କଥା ଦେଇଥିଲେ... ବାପା ଆସିବେ ବୋଲି। ଆସିଲେ ତ ସତ, କିନ୍ତୁ ଆସିଲା ବାପାଙ୍କ ମରଶରୀର। ବାପା ଖାଲି ଆସିନଥିଲେ, ବରଂ ଝିଅ ପାଇଁ ଆଣିଥିଲେ ଜୀବନ ଓ କର୍ମଭୂମିର ଶେଷ ସନ୍ତକ। ୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ। ଝିଅ ସିନା ଜାଣିପାରୁନଥିଲା, ହେଲେ ଶେଷ ସନ୍ତକକୁ ସେ ଜାବୁଡି ଧରିଥିଲା। 

Advertisment

ଦେଶ ପାଇଁ ଜୀବନ ଦେଇ ଜାତିର ଗୌରବ ପାଲଟିବା ପରେ ଗର୍ବରେ ଫୁଲି ଉଠୁଛି ଅଳଗୁମ ଗାଁ ଲୋକଙ୍କ ଛାତି। ଆଜି ସକାଳ ପ୍ରାୟ ୭ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର। ଏହି ଅବସରରେ ସେନା ପକ୍ଷରୁ ଶୋକଶସ୍ତ୍ର ସଲାମୀ ଦିଆଯାଇଥିଲା। ଏହି ଅବସରରେ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ପରେ ବିମାନବନ୍ଦରରୁ ଏକ ସୁସଜ୍ଜିତ ଗାଡ଼ିରେ ଗାଁ ଅଭିମୁଖେ ଯାତ୍ରା କରିଥିଲା ସହିଦଙ୍କ ପାର୍ଥୀବ ଶରୀର।

ଏପଟେ ଗାଁରେ ମରଶରୀର  ପହଞ୍ଚିବା ପରେ ଶୋକ ସାଗରେରେ ବୁଡ଼ି ଯାଇଥିଲା ଅଳଗୁମ ଗାଁ। ବୋଲ ମାନୁନଥିଲା ପରିବାର, ବନ୍ଧୁ ପରିଜନ, ଆତ୍ମୀୟ ଓ ସମ୍ପର୍କୀୟଙ୍କ ଆଖି। ତାରି ଭିତରେ ଗାଁ ଶ୍ମାଶାନକୁ ଯାଇଥିଲା ସହିଦଙ୍କ ପାର୍ଥିବ ଶରୀର। ପ୍ରାଦେଶିକ ସେନାର ୧୨୦ ପଦାତିକ ବାଟାଲିୟନ ପକ୍ଷରୁ ସହିଦଙ୍କୁ ୨୪ ତୋପ ସଲାମୀ ସାଙ୍ଗକୁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିଲା ଗାର୍ଡ ଅନର।

Advertisment

ଶେଷରେ ପଞ୍ଚଭୂତରେ ଲୀନ ହୋଇଛି ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଗାଁ ଶ୍ମଶାନରେ ସହିଦ ଦେବାଶିଷଙ୍କ ଶେଷକୃତ୍ୟ କରାଯାଇଛି। ବୀରପୁତ୍ରଙ୍କୁ ହରାଇ କୋହରେ ଭିଜିଛି ସତ୍ୟବାଦୀ ଖଣ୍ଡସାହି ଗାଁ। 

ପୁରୀ ସତ୍ୟବାଦୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଦେବାଶିଷ ବିଶ୍ବାଳଙ୍କ ଶେଷକୃତ୍ୟ ପରେ ସେନା ପକ୍ଷରୁ ତାଙ୍କ ପରିବାରକୁ ହସ୍ତାନ୍ତର ହୋଇଛି ଜାତୀୟ ପତାକା। ସହିଦଙ୍କ ମର ଶରୀର ଉପରେ ଘୋଡାଇ ରଖାଯାଇଥିବା ଜାତୀୟ ପତାକାକୁ ସହିଦଙ୍କ ୩ ମାସ କୁନି ଝିଅକୁ ଦେଇଥିଲେ ୧୨୦ ବାଟାଲିୟନର ଯବାନ। ଦୁନିଆ କଣ ଜାଣିବା ପୂର୍ବରୁ ୩ ମାସର କୁନିଝିଅକୁ ମିଳିଥିଲା ସହିଦ ବାପାଙ୍କ ଶେଷ ସନ୍ତକ।

Advertisment

Odia Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ