• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଶବକୁ ଅସମ୍ମାନ । ଅଟୋରେ ଗଲା ଶବ । ମହାପ୍ରୟାଣ ଗାଡ଼ି ନମିଳିବାରୁ ଶବକୁ ଅଟୋରେ ନେଲେ ପରିବାର ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ସଦର ମହକୁମା ଫୁଲବାଣୀ ସହରରେ ।

ଗୋଚ୍ଛାପଡ଼ା ଥାନା ନମେରବାଲି ଗାଁର ଭୀମସେନ କହଁର ଗାଁ ନିକଟ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । କୌଣସି କାରଣରୁ ନାଳରେ ସେ ପଡିଯାଇଥିଲେ ତାଙ୍କୁ ଘର ଲୋକ ଉଦ୍ଧାର କରି ପ୍ରଥମେ ଗୋଚ୍ଛାପଡ଼ା ମେଡିକାଲ ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଚ୍ଛାପଡ଼ା ପୋଲିସ ଅପମୃତ୍ୟୃ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ମୃତକଙ୍କ ପରିବାର ଲୋକ ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଚାହିଁଥିଲେ । ମହାପ୍ରୟାଣ ଗାଡ଼ି ନମିଳିବାରୁ ଏକ ଯାତ୍ରୀବାହୀ ଅଟୋ ଭଡ଼ା କରି ଶବକୁ ସେହି ଅଟୋରେ ଭର୍ତ୍ତି କରି ନିଜ ଗାଁକୁ ନେଇଥିଲେ ।

ଏନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ADMO କହିଛନ୍ତି, ପ୍ରାୟ ୧୫ ଦିନ ତଳେ ମହାପ୍ରୟାଣ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଗାଡ଼ି ଗ୍ୟାରେଜରେ ଅଛି । ମୃତକଙ୍କ ଶବ ନେବା ପାଇଁ ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା ହୋଇଥିଲା । ହେଲେ ମୃତକଙ୍କ ପରିବାର ଲୋକ କାହାକୁ କିଛି ନଜଣାଇ ଶବକୁ ଏକ ଯାତ୍ରୀବାହୀ ଅଟୋରେ ନେଇଯାଇଛନ୍ତି ।