Advertisment

ନିଜ ମା’ର ସୌନ୍ଦର୍ଯ୍ୟକୁ ନେଇ ଈର୍ଷାରେ ଜଳୁଛି ୧୯ ବର୍ଷର ଝିଅ

କେହି ଯଦି ଝିଅ ତୁଳନାରେ ମା’କୁ ଅଧିକ ସୁନ୍ଦର କୁହେ ତେବେ କୋଉ ଝିଅ ବା ଖୁସି ନ ହେବ! କିନ୍ତୁ ଏମିତି କିଛି ଝିଅ ବି ଅଛନ୍ତି ଯେଉଁମାନେ ଏହାକୁ ସହଜେ ହଜମ କରିପାରନ୍ତି ନାହିଁ। ସେମିତି ଏକ ଝିଅ କ୍ଷେତ୍ରରେ ଦେଖାଦେଇଛି, ଯିଏ ମା’ର ସୌନ୍ଦର୍ଯ୍ୟକୁ ନେଇ ଈର୍ଷାରେ ଜଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Daughter jealous with mother who looks more beautiful than her

Daughter jealous with mother who looks more beautiful than her

ଯେତେବେଳେ ଏକ ଝିଅ ବାହାର ଲୋକଙ୍କ ଠାରୁ ଶୁଣିବାକୁ ପାଏ ଯେ ସେ ଠିକ୍ ତା’ର ମା’ ପରି ଦେଖାଯାଉଛି ସେତେବେଳେ ଖୁସିରେ ଆତ୍ମହରା ହୋଇଯାଏ। ଯେତେବେଳେ କେହି କୁହେ ଝିଅ ମା’ ଠାରୁ ବି ସୁନ୍ଦର ସେତେବେଳେ ଗୋଟେ ଗର୍ବରେ ଫାଟିପଡେ। କିନ୍ତୁ ଯେତେବେଳେ ଲୋକେ କୁହନ୍ତି ଯେ ମା’ ଝିଅ ଅପେକ୍ଷା ଅଧିକ ସୁନ୍ଦର, ତେବେ ଝିଅର ପ୍ରତିକ୍ରିୟା କ’ଣ ହୁଏ?

Advertisment

ସାଧାରଣତଃ ଏଭଳି ଶୁଣିଲା ପରେ ଝିଅମାନେ ମଧ୍ୟ ଖୁସି ହୋଇଯାଆନ୍ତି। କିନ୍ତୁ ଜଣେ ଝିଅ ପାଖରେ ଭିନ୍ନ କିଛି ଦେଖିବାକୁ ମିଳିଛି। ସେ ଯେତେବେଳେ ଏ କଥା ଶୁଣେ ଈର୍ଷାରେ ଜଳିଉଠେ। ଲୋକମାନେ ଯେତେବେଳେ ତାଙ୍କୁ ଓ ତାଙ୍କ ମା’ଙ୍କୁ ଏକାଠି ଦେଖନ୍ତି ତାଙ୍କ ମା’ଙ୍କୁ ଅଧିକ ସୁନ୍ଦର କହିବା ସହ ଝିଅକୁ ଟ୍ରୋଲ୍ କରନ୍ତି। ଏହା ଝିଅର ଦେହରେ ଯାଏନି। ସେ ଈର୍ଷାରେ ଜଳି ଉଠେ।

ସୂଚନା ଅନୁଯାୟୀ, ଆମେରିକାର ଫ୍ଲୋରିଡାଠାରେ ରହୁଥିବା ୧୯ ବର୍ଷୀୟ ଜେସ୍‌ଙ୍କୁ ସୋସିଆଲ ମିଡିଆରେ ସମସ୍ତେ ଖୁବ୍ ପସନ୍ଦ କରନ୍ତି। ଅନେକ ଲୋକ ତାଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ପ୍ରଶଂସା କରନ୍ତି। କିନ୍ତୁ ଲୋକେ ଯେତେବେଳେ ଜେସ୍ ଓ ତାଙ୍କ ମାଙ୍କୁ ଫଟୋ କିମ୍ବା ଭିଡିଓରେ ଏକାଠି ଦେଖନ୍ତି ସେତେବେଳେ ସେମାନଙ୍କ ଆଖି ତାଙ୍କ ମା’ଙ୍କ ଠାରେ ଲାଖିଯାଏ। ତା’ପରେ ସେମାନେ ଜେସିଙ୍କୁ ଭୁଲିଯାଆନ୍ତି।

Advertisment

ଏହାକୁ ନେଇ ଜେସ୍‌ ପ୍ରାୟତଃ ତାଙ୍କ ମା’ଙ୍କୁ ପ୍ରଶ୍ନ କରନ୍ତି ଯେ ସେ ତାଙ୍କ ପରି କାହିଁକି ସୁନ୍ଦର ନୁହଁନ୍ତି। ଜେସ୍‌ଙ୍କର ଏଭଳି ଈର୍ଷା ଦେଖି ଲୋକମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦିଅନ୍ତି। ତେବେ ଏହି ଈର୍ଷା ମା ଓ ଝିଅଙ୍କ ମଧ୍ୟରେ ଏକ ଭଲପାଇବାର ଝଲକ। ଏଥିରେ ସେଭଳି କୌଣସି ଶତ୍ରୁତା ଦେଖା ଯାଏ ନାହିଁ।

ଜେସ୍‌ ଟିକ୍‌ଟକ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ମା’ଙ୍କୁ ପଚାରୁଥିବା ନଜର ଆସୁଛନ୍ତି ଯେ ମୋ ମା’ କିପରି ମୋ ଠାରୁ ଅଧିକ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓରେ, ଜେସ୍‌ଙ୍କ ମା’ ଜିଲ୍ ଏକ ସୁନ୍ଦର ଧଳା ପୋଷାକ ପିନ୍ଧିଥିବା ଦେଖା ଯାଆନ୍ତି।

ଲୋକମାନେ ସୋସିଆଲ୍‌ ମିଡିଆରେ ମହିଳାଙ୍କୁ ବହୁତ ପ୍ରଶଂସା କରିଥିଲେ। କେହି କେହି ତାଙ୍କୁ ଏକ ଆଇକନ୍ ବୋଲି କହିଥିବା ବେଳେ ଆଉ କେହି ତାଙ୍କୁ ରାଣୀ ବୋଲି ମଧ୍ୟ କହିଛନ୍ତି। ଅନେକ ଲୋକ ଥଟ୍ଟା କରି କୁହନ୍ତି ଯେ ତାଙ୍କର ଜିନ୍ସ ପାଣିଚିଆ ହୋଇଯାଇଛି। ତାହା ପୂରାପୂରି ମା’ର ଜିନ୍ସ ନୁହେଁ।

Daughter jealous with mother who looks more beautiful than herମା'-ଝିଅଙ୍କ ଏକକାଳୀନ ଫଟୋ

ସୋସିଆଲ ମିଡିଆରେ ଝିଅ ଅପେକ୍ଷା ଲୋକମାନେ ମା’ଙ୍କୁ ଅଧିକ ପସନ୍ଦ କରୁଥିବା ପ୍ରଥମ ଘଟଣା ନୁହେଁ। ଏହିପରି ଅନେକ ଖବର ଭାଇରାଲ ହୋଇଛି ଯେଉଁଥିରେ ମା ନିଜ ଝିଅ ଅପେକ୍ଷା ଅଧିକ ସୁନ୍ଦର ଏବଂ ଯୁବତୀ ଭଳି ଦେଖା ଯାଆନ୍ତି। କିଛି ଦିନ ପୂର୍ବେ ଲିଜା ଗୁଲୟାଭା ନାମକ ଜଣେ ୨୪ ବର୍ଷ ଝିଅର ଖବର ମଧ୍ୟ ଚର୍ଚ୍ଚାରେ ଥିଲା।

ସୋସିଆଲ ମିଡିଆରେ ଝିଅଟି ଏକ ଫଟୋ ସେୟାର କରିଥିଲା ​​ଯାହା ଖୁବ ଭାଇରାଲ ହେଉଥିଲା। ଫଟୋରେ, ଲିଜା ତାଙ୍କ ମା’ଙ୍କ ସହ ନଜର ଆସିଥିଲେ। ଲିଜା କହିଥିଲେ ଯେ ତାଙ୍କ ମା’ଙ୍କୁ ୪୫ ବର୍ଷ ବୋଲି। କିନ୍ତୁ ଫଟୋରେ ସେ ତାଙ୍କ ଝିଅଠାରୁ ବି ସାନ ଦେଖାଯାଉଥିଲେ।

Viral Story
Advertisment
Advertisment