Advertisment

ବାପା-ମାଙ୍କୁ ଲଜ୍ଜିତ କଲା ଝିଅ; ଲୁଚିଛପି କରୁଥିଲା ଆଡଲ୍ଟ ଫିଲ୍ମ

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Daughter having secret career in adult industry

Daughter having secret career in adult industry

ନ୍ୟୁୟର୍କ : ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।

Advertisment

ଆମେରିକାର ଟେକ୍ସାସରେ ରହୁଥିବା ଏଡିସନ୍ ସିଂସ୍‌ ଏମିତି କିଛି କରିଛନ୍ତି ଯାହା ପରିବାର ଲୋକଙ୍କୁ ଲଜ୍ଜିତ ହେବାକୁ ପଡିଛି। ସେ ପରିବାର ଲୋକଙ୍କ କଳ୍ପନା ବାହାରେ ଯାଇ ଆଡଲ୍ଟ ଦୁନିଆରେ ପାଦ ଦେଇଛନ୍ତି। ଏ କଥା ପାରିବାର ଲୋକ ମଧ୍ୟ ଜାଣି ନଥିଲେ।

ଧାର୍ମିକ ସମୁଦାୟ ଓ ପରିବାରରୁ ଆସିଥିବା ୧୯ ବର୍ଷୀୟ ଏଡିସନ୍‌ ସିଂସ୍ ନିଜ ପରିବାରରୁ ଅଲଗା ରହିବା ଆରମ୍ଭ କରିଥିଲେ। ଏହା ପରେ ନିଜ କ୍ୟାରିୟର ପାଇଁ ଆଡଲ୍ଟ ଦୁନିଆକୁ ବାଛିନେଇଥିଲେ। ପରିବାର ଲୋକ ଜାଣିଲେ ଅସୁବିଧା ହେବ ବୋଲି ଏ ତିନି / ଚାରି ମାସ ପର୍ଯ୍ୟନ୍ତ ଏହି କଥାକୁ ଲୁଚେଇ ରଖିଥିଲେ। କିନ୍ତୁ ସତ କେବେ ଲୁଚି ରୁହେନି ଭଲି ତାଙ୍କର ଏହି କାମ ଦିନେ ଧରାପଡିଗଲା। ଦିନେ ହଠାତ ସତ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ଏହାପରେ ଏଡିସନ୍‌ଙ୍କ ସମସ୍ୟା ବଢିଯାଇଥିଲା। ଝିଅର ଏହି ଘୃଣିତ କାମକୁ ବାପା ମାଆ ସହଜରେ ହଜମ କରିପାରିଲେ ନାହିଁ।

Advertisment

ଏଡିସନ୍‌ ତିନି ଚାରି ମାସେ ଆଡଲ୍ଟ ଦୁନିଆରେ କାମ କରିବା ପରେ ନିଜର ଏକ ସାମାନ୍ୟ ଭୁଲ୍ ତାଙ୍କ ଅସଲ ମୁଖା ଖୋଲିଦେଇଥିଲା। ଥରେ ଏଡିସନ ଏକ ମ୍ୟାଗାଜିନ୍ ପାଇଁ ତାଙ୍କର ଏକ ଉଲଗ୍ନ ଫଟୋ ଦେଇଥିଲେ। ସେହି ମାଗାଜିନକୁ ପାଇବା ନେଇ ସେ ଭୁଲ୍‌ବଶତଃ ନିଜ ଘରର ଠିକଣା ଦେଇଦେଇଥିଲେ। ଏହା ତାଙ୍କର ପ୍ରଥମ କଭର ଫଟୋ ଥିଲା। ଦୁର୍ଭାଗ୍ୟବଶତଃ ଏହି ମାଗାଜିନ୍‌ ତାଙ୍କ ମା’ଙ୍କର ହାତରେ ପଡିଗଲା। ଏକ ଛୋଟ ସହରରେ ବଢିଥିବା ନିଜ ଝିଅର ଏଭଳି କାଣ୍ଡ ଦେଖି କୋଉ ବାପା ମା ନିଜକୁ ବା ଧୈର୍ଯ୍ୟ ଧରି ରଖିପାରିବେ। ସେ ଯେତେବେଳେ ତାଙ୍କ ଝିଅର ଉଲଗ୍ନ ଫଟୋକୁ ମାଗାଜିନ୍‌ର କଭର ପେଜ୍‌ରେ ଦେଖିନେଲେ ତାଙ୍କ ପାଦ ତଳୁ ମାଟି ଖସିବାକୁ ଲାଗିଲା। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ତାଙ୍କ ଝିଅ ଏଭଳି ନିଚ୍ଚ କାମ କରିବ ବୋଲି। ଏହାପରେ ଏଡିସନଙ୍କ ସବୁ ସତ ପରିବାର ଆଗରେ ଧରା ପଡିଯାଇଥିଲା।

Daughter having secret career in adult industryବାପା-ମାଙ୍କୁ ଲଜ୍ଜିତ କଲା ଝିଅ; ଲୁଚିଛପି କରୁଥିଲା ଆଡଲ୍ଟ ଫିଲ୍ମ

ପ୍ରକାଶଥାଉ ଯେ ଏଡିସନଙ୍କ ପରିବାର ଖୁବ୍ ଧାର୍ମିକ। ସବୁଦିନ ଚର୍ଚ୍ଚ ଯିବା ଓ ଡିନର୍‌ରେ ସମସ୍ତେ ଏକାଠି ହେବା ତାଙ୍କ ପରିବାରର ନିୟମ। ଏମିତିକି ନିଜ ପାଖରେ ଫୋନ୍ ରଖିବା, ମେକ୍‌ଅପ୍‌ ହେବା ଓ ସାଙ୍ଗସାଥୀମାନଙ୍କ ସହିତ ବାହାରକୁ ଯିବା ନେଇ ଏଡିସନଙ୍କୁ ଅନୁମତି ନ ଥିଲା।

କିନ୍ତୁ ଘରଲୋକଙ୍କ ଅଜାଣତରେ ଏଡିସନ ମାତ୍ର ୯ ବର୍ଷ ବୟସରୁ ସାଙ୍ଗ ସାଥୀଙ୍କ ସହିତ ମିଶୁଥିଲେ, ସେମାନଙ୍କ ସହିତ ମଦ୍ୟପାନ ମଧ୍ୟ କରୁଥିଲେ। ଘର ଲୋକଙ୍କ ଅଜାଣତରେ ପର୍ଣ୍ଣ ବୁକ୍ ମଗେଇ ପଢୁଥିଲେ। କୁସଙ୍ଗରେ ପଡି ଆଡଲ୍ଟ ଦୁନିଆ ପ୍ରତି ଏଡିସନ୍‌ ଆକର୍ଷିତ ହୋଇଥିଲେ। କିଛି ଦିନ ପର୍ଯ୍ୟନ୍ତ ତାଙ୍କ ପରିବାର ଓ ସୋସାଇଟି ଏହି ଖବର ଜାଣିପାରି ନ ଥିଲେ। କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ସଂପର୍କୀୟମାନେ ଏହାକୁ ନେଇ ଆଲୋଚନା କରିବାକୁ ଲାଗିଲେ। ଏହାପରେ ତାଙ୍କୁ ଚର୍ଚ୍ଚରୁ ମଧ୍ୟ ବାହାର କରିଦିଆଗଲା।

ବର୍ତ୍ତମାନ ଏଡିସନ୍‌ଙ୍କ ଇନ୍‌ଷ୍ଟାଗ୍ରାମରେ ୪୧ ହଜାର ୮ ଶହ ଫଲୋର୍ସ ଅଛନ୍ତି। OnlyFans ମଡେଲିଂ କରି ସେ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି।

Ajab Gajab
Advertisment
Advertisment