Advertisment

ମା’ର ମରଣ ଦିନ ପରୀକ୍ଷା ଦେଲା ଝିଅ, ଏବେ ରେଜଲ୍ଟ ଆସିଲା...

ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Daughter Appeared In Matric Exam At The Time Of Mothers Death

Daughter Appeared In Matric Exam At The Time Of Mothers Death

ଗୋଟିଏପଟେ ମା’ର ଶବକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ମାଗୁଥିଲେ ପରିବାର ଲୋକେ, ଠିକ୍‌ ସେହି ସମୟରେ ମା’ର ସ୍ୱପ୍ନକୁ ପୂରଣ କରିବା ପାଇଁ ଗାଁ ହାଇସ୍କୁଲ୍‌ରେ ମାଟ୍ରିକ୍‌ ପରୀକ୍ଷା ଦେଉଥିଲା ଝିଅ। ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ। ମନରେ ଦୁଃଖ ଅଛି, ହେଲେ ମା’ର କଥା ରଖି ଥିବାରୁ ଖୁସି ବି ଅଛି ଝିଅ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ସୁଲେକେଲା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି।

Advertisment

ସୁଲେକେଲା ଗାଁର ନିୟତି ଦଳେଇ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ହେଲେ ତାଙ୍କ ଦୁଃଖ ହେଲା ତାଙ୍କର ଏହି ଖୁସି ସମୟରେ ତାଙ୍କ ପାଖରେ ମା’ ନାହାନ୍ତି। ସବୁଦିନ ପାଇଁ ସେ ତାଙ୍କ ମା’ଙ୍କୁ ହରାଇଛନ୍ତି। ନିୟତିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ବାପା,ମା’ ଝିଅକୁ ପାଠ ପଢାଇବା ପାଇଁ ବାହାର ରାଜ୍ୟକୁ  ଦାଦନ ଖଟିବାକୁ ଯାଇଥିଲେ। ଝିଅକୁ ଭଲ ପାଠ ପଢାଇ ଶିକ୍ଷୟିତ୍ରୀ କରିବାକୁ ନିୟତିଙ୍କ ମା’ ଚାହୁଁଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ନିୟତିଙ୍କ ସ୍ୱପ୍ନ କ’ଣ ପୂରଣ କରିବେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲେ ତାଙ୍କ ମା’।  

ନିୟତି ମାଟ୍ରିକ ପରୀକ୍ଷାରେ ୩୯୩ ମାର୍କ ରଖି B2 ଗ୍ରେଡ୍‌ ହାସଲ କରିଛନ୍ତି। ରେଜଲ୍ଟ ବାହାରିବା ପରେ ସେ ଖୁସି ଅଛନ୍ତି। ପରିବାର ଲୋକଙ୍କୁ ମିଠା ଖୁଆଇ ସେ ଖୁସି ମଧ୍ୟ ମନାଇଛନ୍ତି। ହେଲେ ମନରେ ଦୁଃଖ ଭରି ରହିଛି। କାରଣ ତାଙ୍କ ପାଖରେ ଆଉ ମା’ ନାହାନ୍ତି। 

Advertisment

ଅନ୍ୟପକ୍ଷେ, ଝିଅର ପାଠପଢା ପାଇଁ ଘରେ ଆବଶ୍ୟକ ଅର୍ଥ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ବାପା। ତେଣୁ ସରକାରୀ ସ୍ତରରେ କିଛି ସହାୟତା ମିଳିଲେ ଉପକୃତ ହେବେ ବୋଲି ନିୟତିଙ୍କ ପରିବାର ଲୋକ କହିଛନ୍ତି।

Odisha Matric Exam Matric Exam
Advertisment
Advertisment