• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦର ହଠାତ ଆକାଶ ଛୁଆଁ ହୋଇଯାଇଛି । ଟମାଟୋ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୬୦, ପୋଟଳ ଦର ବି ୬୦ ଟଙ୍କା ରହିଛି । ଏନେଇ ଖାଉଟି ଅସନ୍ତୁଷ୍ଟ ହେଉଥିବାର ଦେଖିବାକୁ ମିଳିଛି ।

କରୋନା ପାରେ ଏବେ ଓମିକ୍ରନ ଲୋକଙ୍କୁ ଝଟକା ଦେଉଥିବା ବେଳେ ଏବେ ପରିବା ଦର ଆକାଶଛୁଆଁ ହେଲାଣି । ଏଣେ ମାଡି ଆସିଲାଣି ବାତ୍ୟା । ହାତ ମାରିହେଉନି ପରିବା ଉପରେ । ଯାହାକୁ ଛୁଇଁବ ୬୦ । ପୋଟଳ, ଝୁଡଙ୍ଗ, ବିନ୍ସ, ଭେଣ୍ଡି, ଟମାଟୋ, ଗାଜର, କାକୁଡି ୬୦ ତଳକୁ ଖସୁନି । ବାଇଗଣ, କଲରା, ବନ୍ଧାକୋବି, ସିମ୍ବ ୬୦ ଉପରେ । କି ପରିବା ଖାଇବ କହି ବଜାରରେ ମୁଣ୍ଡରେ ହାତ ଦେଉଛନ୍ତି ଗ୍ରାହକ । ପାଂଚ ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍ । ବ୍ୟବସାୟୀ ବି ଅଳ୍ପ ପରିବା ଆଣୁଛନ୍ତି । କିଲୋ ବଦଳରେ ଗ୍ରାହକଙ୍କୁ ଅଢେଇ ଶହର ଦର କହୁଛନ୍ତି ।

ବର୍ତ୍ତମାନ ବାତ୍ୟା ଭୟରେ ଏବେ ଉଭୟ ଗ୍ରାହକ ଓ ବେପାରୀ ହନ୍ତସନ୍ତ । ବାତ୍ୟା କାରଣରୁ ପରିବା ଦରରେ ନିଆଁ ଲାଗିଯାଇଛି । ବର୍ଷା ପାଇଁ ଆମଦାନୀ କମିଛି, ତାର ସିଧାସଳଖ ପ୍ରଭାବ ପଡିଛି ବଜାର ଉପରେ । ବେପାରୀଙ୍କ କହିବା କଥା, ନୂଆ ଫସଲ ବାହାରିଲେ କମିବ ରେଟ୍ । ତେବେ ଲୋକେ ବାତ୍ୟା ଭୟରେ ଆଗରୁ ପରିବା କିଣି ନେବା ପାଇଁ ମନସ୍ତ କରିଥିବା ବେଳେ ପରିବା ଦର ତାଙ୍କ ଅଣ୍ଟା ନୁଆଁଇ ସାରିଲାଣି ।