• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ ଏସ୍‌ବିରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ । ମାରାତ୍ମକ ବ୍ଲାକ ଫଙ୍ଗସ ସଂକ୍ରମଣରେ ମାଢ଼ି ଓ ଦାନ୍ତ ହରାଇ ଭିନ୍ନକ୍ଷମ ହୋଇଥିବା ମହିଳା ରୋଗୀଙ୍କର ସଫଳ ମାଢ଼ୀ ପ୍ରତିରୋପଣ ହୋଇଛି । ଏସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ସଫଳ ମାଢି ପ୍ରତିରୋପଣ କରାଯାଇଥିବା ସୂଚନା ମିଳିଛି ।

ସୂଚନା ନୁସାରେ, ପୋଷ୍ଟ ବ୍ଲାକ ଫୋଙ୍ଗସ୍ ସର୍ଜରୀ କ୍ଷେତ୍ରରେ ଏହା ପ୍ରଥମ ଘଟଣା । ୩ ମାସ ପରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ସର୍ଜରୀ କରାଯାଇ ଦାନ୍ତ ଲଗାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଏକ ଡାକ୍ତରୀ ଟିମ୍ ୭ ଘଣ୍ଟାର ଜଟିଳ ଅପରେସନ କରି ଏହି ସଫଳତା ହାସଲ କରିପାରିଛନ୍ତି ।

ମାଢ଼ି ଲଗାଇଥିବା ମହିଳା ଜଣକ କହିଛନ୍ତି ଯେ, ‘ବ୍ଲାକ୍ ଫଙ୍ଗସ ହୋଇଯିବା ପରେ ମାଢ଼ି ନଷ୍ଟ ହୋଇଥିଲା । ନୂଆ ମାଢ଼ି ଲାଗିବା ପରେ ମୁଁ ଖାଇ ପାରୁଛି । ଆଗାମୀ ଦିନରେ ମାଢ଼ିରେ ଦାନ୍ତ ଲାଗାଗଲେ ସୁଫଳ ପାଇପାରିବି’ ।

ତେବେ ଏନେଇ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ,‘ଏହି ରୋଗୀ ଜଣକ ମେ ମାସରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ । ଯାହାର ପ୍ରାୟ ମାସେ ପରେ ବ୍ଲାକ୍‌ ଫଙ୍ଗସରେ ଆକ୍ରାନ୍ତ ହୋଇଥିଲେ । ଏହି କାରଣରୁ ସେ ଖାଇ ପାରୁନଥିଲେ କି କଥାବାର୍ତ୍ତା ମଧ୍ୟ କରିପାରୁନଥିଲେ । ତେଣୁ ତାଙ୍କର ମାଢ଼ି ବାହାର କରିଦିଆଯାଇଥିଲା । ବ୍ଲାକ୍‌ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ ଯାହାଙ୍କ ଆମେ ଚିକିତ୍ସା କରିଛୁ । ଚିକିତ୍ସାରେ ରୋଗୀଙ୍କ ଗୋଡ଼ର ହାଡକୁ କାଟି ମାଢ଼ିରେ ଲଗାଯାଇଛି । ଜଟିଳ ହୋଇଥିବା ସତ୍ତ୍ୱେ ଅସ୍ତ୍ରୋପଚାର ସଫଳ ହୋଇପାରିଛି ।’