Advertisment

ଅନ୍‌ଲାଇନ୍‌ରେ ଅର୍ଡର କଲେ ଭେଜ୍‌ ବିରିୟାନୀ, ବାହାରିଲା ହାଡ଼...ଗ୍ରାହକଙ୍କ ମୁଣ୍ଡ ଗରମ

ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ।

ଅଦ୍ୟତନ ହୋଇଛି
Customer Finds Bones In Veg Biryani In Indore Restaurant

Customer finds bones from veg biryani

Advertisment

ଆଜିକାଲି ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ଏତେ ସହଜ ହୋଇଗଲାଣି, ଅଳ୍ପ ସମୟ ମଧ୍ୟରେ ଖାଦ୍ୟ ଆସି ଲୋକଙ୍କ ପାଖରେ ପହଞ୍ଚିପାରୁଛି। ହେଲେ ଅନେକ ସମୟରେ ଖାଇବାକୁ ନେଇ ଗ୍ରାହକମାନେ ଅଭିଯୋଗ ଆଣୁଛନ୍ତି। କେଉଁଠି ଖାଦ୍ୟର ଟେଷ୍ଟ୍‌ ଖରାପ ତ ଆଉ କେଉଁଠି ଖାଦ୍ୟର ପରିମାଣ କମ୍‌, ଆଉ କେତେବେଳେ ଖାଇବାରୁ କିଛି ଜିନିଷ ବାହାରିଲାଣି ଏଭଳି ଅନେକ ଅଭିଯୋଗ ଆସୁଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଗ୍ରାହକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ, ହେଲେ ପ୍ୟାକେଟ୍‌କୁ ଖୋଲିବା ପରେ ଏଥିରୁ ହାଡ଼ ବାହାରିଥିବା ସେ କହିଛନ୍ତି। ଯାହାର ଏକ ଫଟୋ ସେ ଟ୍ୱିଟରରେ ଶେୟାର କରିଛନ୍ତି।

Advertisment

ସୋସିଆଲ୍‌ ମିଡିଆ ରେ ଏହି ପୋଷ୍ଟ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। @bhardwajnat ଆଇଡିରୁ ଏହି ପୋଷ୍ଟ କରାଯାଇଥିଲା। ପୋଷ୍ଟ ଶେୟାର କରି ଯୁବତୀ ଜଣକ ଦାବି କରିଛନ୍ତି, ‘ଫୁଡ୍‌ ଡେଲିଭରୀ ଆପ୍‌ ସ୍ୱିଗିରୁ ସେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ। ମୋ ଭଳି ସ୍ୱିଗିରୁ ଅର୍ଡର କରିବା ପୂର୍ବରୁ ୨ଥର ଭାବନ୍ତୁ। ମୁଁ ଆଳୁ ସହ ବିରିୟାନୀ ରାଇସ୍‌ ମଧ୍ୟ ଅର୍ଡର କରିଥିଲି। ହେଲେ ମୋତେ ରାଇସ୍‌ରୁ ମାଂସର ଏକ ଖଣ୍ଡ(ଚିକେନ୍‌, ମଟନ କିମ୍ବା ଅନ୍ୟ କିଛି ହୋଇପାରେ) ମିଳିଥିଲା। ଯାହାକି ଆଦୌ ଗ୍ରହଣୀୟ ନୁହେଁ, ବିଶେଷକରି ଯେତେବେଳେ ଭରସା କଥା ଆସିଥାଏ।’

Advertisment

ଯୁବତୀ ଜଣକ ଆହୁରି କହିଛନ୍ତି ଯେ, ‘ଏନେଇ ରେଷ୍ଟୁରାଣ୍ଟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହି ଆଇଟମ୍‌ ନନ୍‌ ଭେଜ୍‌। ହେଲେ ଜଣାନାହିଁ ସ୍ୱିଗିରେ କ’ଣ ପାଇଁ ଏହାକୁ ଭେଜ୍‌ ବୋଲି ଦର୍ଶାଯାଇଛି। ତେବେ ସ୍ୱିଗି କର୍ମଚାରୀ ଏହି ଘଟଣାକୁ ନେଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ।’ ଯୁବତୀଙ୍କ ଏହି ପୋଷ୍ଟ ଶେୟାର ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। 

Online Food Delivery Online Food Order
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ