• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ପୁଣି ଖଣ୍ଡନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କଲେ ହିଁ ସତ ସାମ୍ନାକୁ ଆସିବ । ଜାଣିଶୁଣି ତାଙ୍କୁ ବଦନାମ୍ କରିବାକୁ ଏଭଳି କରାଯାଉଥିବା ସେ କହିଛନ୍ତି । ଏଯାଏଁ ତାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ନୋଟିସ୍ କରାଯାଇନି । ଯେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଦୋହରାଇଛନ୍ତି ତିର୍ତ୍ତୋଲ ବିଧାୟକ ।

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଅଭିଯୋଗ ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସପି ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟଯ ପ୍ରେମିକାକୁ ପ୍ରତାରଣା ବିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ଠକେଇ, ପ୍ରତାରଣା ଓ ସେକ୍ସ ରାକେଟ୍ ଚଳାଇବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ବିଧାୟକଙ୍କ ନାଁରେ । ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲା ବିଜେପି ଓ କଂଗ୍ରେସ ।