Tusharkanti Behera
ବିଳମ୍ବିତ ରାତିରେ ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓ ମାଡ଼ ମାରିବା ଓ ନିର୍ଯାତନା ଦେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଆଇଜି ଏହାର ତଦନ୍ତ କରିବେ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ଆଜି ସକାଳେ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏହାସହ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଦାବି କରିଥିଲେ । ଏହାସହ ସଂପୃକ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ଲାଗି ଦାବି କରିଥିଲେ ତାରା ।
ସେହିପରି କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ ନରସିଂହ ମିଶ୍ର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ । ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଥିଲା । ତଦନ୍ତ କମିଟି ଗଠନ ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଥିଲେ ।
ଗଞ୍ଜେଇ ଜବତ ନାଁରେ ଚିତ୍ରକୋଣ୍ଡା ଏସଡିପିଓ ଗତ ମାସ ୭ ତାରିଖ ରାତିରେ କୌଣସି ମହିଳା ପୋଲିସଙ୍କୁ ନ ନେଇ ଗାଁ ଭିତରେ ପଶିଥିଲେ ଓ ଆଦିବାସୀ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ନାବାଳିକା, ଗର୍ଭବତୀ ଓ ବୃଦ୍ଧା ମଧ୍ୟ ଏଥିରୁ ବାଦ୍ ପଡିନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)