ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ। ଜଳଜଳ ହୋଇ ଫାଟ ଦେଖାଯାଉଛି । ଫାଟ ଯୋଗୁଁ ଭିତରକୁ ପାଣି ଜକାଉଥିବା ଅନୁମାନ କରାଯାଉଛି । ଏନେଇ ଏଏସ୍ ଆଇ ଲେଜର ସ୍କାନିଂ ରିପୋର୍ଟରୁ ତଥ୍ୟ ମିଳିଛି। ଏହା ଜଣାପଡିବା ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି ।
Also Read
ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧିଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି । ଏମାନଙ୍କ ବ୍ୟତୀତ ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ରହିଛନ୍ତି । ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବି ସଦସ୍ୟ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର କଟକଣାକୁ ଫୁ’...ପୁଣି ଉଡିଲା ଡ୍ରୋନ୍...ଭାଇରାଲ ହେଉଛି ଭିଡିଓ...
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଦେଇଥିବା ରିପୋର୍ଟରୁ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ହୋଇଥିବା ତଥ୍ୟ ମିଳିଛି । ନଭେମ୍ବର ୨୮ ଓ ୨୯ରେ ବାହାର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ବାହାର ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱର ଲେଜର ସ୍କାନିଂ କରାଯାଇଥିଲା । ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ଦେଖାଯାଇଥିଲା ।
ଯଦି ବାହାରେ ଏତେ ବଡ଼ ଫାଟ ରହିଛି ତେବେ ଭିତରର ଫାଟ ସମସ୍ତେ ଅନୁମାନ କରିପାରୁଥିବେ । ତେବେ ରତ୍ନ ଭଣ୍ଡାର ଭିତର ଫାଟ ନେଇ ଅନେକ ଆଶା ଆଶଙ୍କା ସ୍ପଷ୍ଟ ହୋଇଯାଇଛି । ବାହାରର ଲେଜର ସ୍କାନିଂ କରାଯାଇଛି, ଭିତରର ବି କରିବା ଆବଶ୍ୟକତା ରହିଛି । ସୃଷ୍ଟି ହୋଇଥିବା ଫାଟରେ ପ୍ଲାଷ୍ଟରିଂ କରାଯିବାର ଆବଶ୍ୟକତା ରହିଛି। ଫାଟ ଯୋଗୁଁ ଭିତର ଚାମ୍ବରକୁ ପାଣି ଜକେଇପାରେ ବୋଲି ଆଶଙ୍କା କରାଯାଉଛି।