• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନକୁ ପୁଣି ଥରେ କରମଣ୍ଡଳ ଅତିକ୍ରମ କରିଛି । ଦୁର୍ଘଟଣା ପରଠୁ ଭୟ ଆଉ ଆତଙ୍କିତ କରୁଥିବା ସେହି କରମଣ୍ଡଳ ଏକ୍ସପ୍ରେସ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ବି ଜମିଥିଲା । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ
ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା । ତାହାରି ଭିତରେ ଭୟ ଆଉ ଆତଙ୍କରେ ଯାତ୍ରୀ ନିଜ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛି । ଗତ ଶୁକ୍ରବାର ଦୁର୍ଘଟଣା ଦିନ ସାଲିମାରରୁ ବାହାରିଥିଲା ଏହି କରମଣ୍ଡଳ ଏକ୍ସପ୍ରେସ।

ଆଉ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଏହି ଟ୍ରେନ ବାହାନଗା ଦେଇ ଚେନ୍ନାଇ ଅଭିମୁଖେ ଯାଉଛି । ଆଜି ଟ୍ରେନଟି ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି । ବାଲେଶ୍ବର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଆଜି ପୁଣି ଥରେ ଅତିକ୍ରମ କରିଛି । ସେପଟେ କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? ଦୁର୍ଘଟଣା ପଛରେ ରହିଛି କି ଅନ୍ତର୍ଘାତୀ କାର୍ଯ୍ୟ ? ତଦନ୍ତର ପ୍ରଥମ ଦିନରେ କାଲି ଦୁଇ ଦଫାରେ ଦୁଇଥର ଦୁର୍ଘଟଣାସ୍ଥଳରେ ସରଜମିନ୍ ଯାଞ୍ଚ ପରେ ଆଜି ବି ପୁଣି ବାହନଗା ଷ୍ଟେସନ୍ ବଜାରରେ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ଓ ଟେକନିକାଲ ଟିମ୍ ସହ ଖୋଳତାଡ଼ କରିଛି ସିବିଆଇ । ଏଥିସହ ଘଟଣା ଦିନ ସିଗନାଲ ଓ ପ୍ୟାନେଲ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଫୋନ୍ ସିଜ୍ କରି କଲ ରେକର୍ଡ ଓ ହ୍ୱାଟସଚାପ୍ ଚାଟ୍ ଯାଞ୍ଚ କରାଯାଉଛି ।

 

 

  • Reported by:
  • RASHMIRANJAN DAS , JAGDISH DAS