ସରୁନି ମେଡିକାଲ କଲେଜ କାମ; ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ

୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।

କେବେ ସରିବ ମେଡିକାଲ କାମ ?

ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା । ହେଲେ ସରିଲାନି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିର୍ମାଣ କାମ । ନା ଉପକୃତ ହେଲେ ରୋଗୀ । ନା ମିଳିଲା ଉତ୍ତମ ସ୍ୱାସ୍ଥ୍ୟ ସୁବିଧା । ବର୍ଷ ପରେ ବର୍ଷ ବିତିଗଲା ସତ ହେଲେ ସ୍ଥିତିରେ ଆସିଲାନି କୌଣସି ସୁଧାର । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣାରେ ନିର୍ମାଣ ହୋଇଥିବା ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ କଥା ।

୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି । ସେପ୍ଟେମ୍ବର ୧୫/ ୨୦୨୩ରୁ ଏହାର କାର୍ଯ୍ୟବଧି ସରିଥିଲେ ମଧ୍ୟ ଆଜି ବି ସବୁ ଅଧୁରା ।

ଅଧିକ ପଢ଼ନ୍ତୁ: ସରୁନି ଜୟପୁର DHH କାମ,ନାହାଁନ୍ତି ବିଶେଷଜ୍ଞ ଡାକ୍ତର

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୈନିକ ରୋଗୀଙ୍କ ସଂଖ୍ୟା ପ୍ରାୟ ୩ ହଜାର ହେଉଥିବାବେଳେ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବାରୁ ସେମାନେ ହସ୍ତସନ୍ତ ହେଉଛନ୍ତି । ଆଉ ଚଟାଣରେ ପଡ଼ିରହୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଏ ନେଇ ଆମେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏହି ଅଭିଯୋଗକୁ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱୀକାର କରିଥିବାବେଳେ ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେବା ସହ ଆଗାମୀ ଫେବ୍ରୁଆରୀ ୧୫ ସୁଧା ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ଦିନର ଅପେକ୍ଷା କେବେ ପୂରଣ ହେଉଛି ଏବଂ କେବେ ରୋଗୀ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି ।

(ବାଲେଶ୍ଵରରୁ ଚନ୍ଦ୍ରକାନ୍ତ ଜେନାଙ୍କ ରିପୋର୍ଟ ଓଟିଭି)