Advertisment

ପୁଣି କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ! ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ଥିବା ଭିଡିଓ ଜାରି କଲା କଂଗ୍ରେସ

ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ ।

author-image
Prangyan Parimita
raipur

raipur

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ । ଏହାସହ ଦିବ୍ୟଶଙ୍କର ମିଶ୍ର ଗତ ଅକ୍ଟୋବର ୧୫ରେ ରାୟପୁର ଯାଇଥିଲେ ବୋଲି ଦଳ ଦାବି କରିଛି । ଚଣ୍ଡିଗଡ଼ ଯିବା ସହ ସେଠାରୁ ଦିଲ୍ଲୀ ଓ ୧୮ ତାରିଖରେ ପୁଣି ରାୟପୁର ଫେରିଥିଲେ ଦିବ୍ୟଶଙ୍କର ମିଶ୍ର । ଏହି ସମୟରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା କଂଗ୍ରେସ ଦାବି କରିଛି ।

Advertisment

ଏହାସହ ଅକ୍ଟୋବର ୧୮ରେ ମନ୍ତ୍ରୀ ଦିବ୍ୟଶଙ୍କର ରାୟପୁରରେ ଥିବା ବେଳେ ଅକ୍ଟୋବର ୧୯ ତାରିଖରେ ଗୋବିନ୍ଦ ସାହୁ ଏକ ଆଖୁ କିଆରୀରୁ ଧରାପଡ଼ିବା ଘଟଣା ଏକ ସଂଯୋଗ ନା ପ୍ରୟୋଗ ବୋଲି ପ୍ରଶ୍ନ କରିବା ସହ ଦିବ୍ୟଶଙ୍କରଙ୍କ ଠାରୁ ଜବାବ ଚାହିଁଛି କଂଗ୍ରେସ । ତେବେ ଏ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଗତ ଅକ୍ଟବର ୮ରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ଗୋବିନ୍ଦ ସାହୁଙ୍କ ସମେତ ୨ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ।

ସୂଚନାଯୋଗ୍ୟ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ବି ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କିଛି ଦିନ ପୂର୍ବରୁ ଏହାର ପ୍ରତିବାଦରେ ବିଜେପି ରାଲି କରିଥିଲା । ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବିଜେପିର ରାଲି ବାହାରି ଥିଲା । ଶିଶୁ ଭବନ ଛକରେ ରାଲି ପହଞ୍ଚିବା ପରେ ବିଜେପି କର୍ମୀଙ୍କୁ ପୋଲିସ୍‌ ଅଟକାଇ ଥିଲା । ଏହି ସମୟରେ ପୋଲିସ୍‌ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍‌ମାନେ ମହିଳାମାନଙ୍କୁ ଟଣାଓଟରା କରି ହଇରାଣ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Advertisment
Mamita Meher Murder Case
Advertisment
Advertisment