• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମାଜନ ବିକୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା । ବିନା ଅନୁମତିରେ ଅନଲାଇନରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ବିନା ଅନୁମତିରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଥିବାରୁ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।

ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜାର ଦାମ୍‌ ୧୫୦୦ ଟଙ୍କା ରହିଛି । ଏତିକି ଟଙ୍କାରେ ୪ଟି ଖଜା, ଗୋଟିଏ ନିର୍ମାଲ୍ୟ ପୁଡିଆ ଓ ଅଳ୍ପ ତୁଳସୀ ମିଳୁଛି । ତେବେ ଏସବୁ ଆମାଜନ ପାଉଛି କେଉଁଠୁ, କିଏ ତାକୁ ଯୋଗାଉଛି ବୋଲି ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୨୦୨୦ରେ ମଧ୍ୟ ଏଭଳି ସମାନ ମାମଲା ସାମ୍ନାକୁ ଆସିଥିଲା । ତେବେ ତିନି ବର୍ଷ ପରେ ଏବେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି ।

ଯଦି ଅନ୍‌ଲାଇନ୍‌ ସଂସ୍ଥା ମହାପ୍ରଭୁଙ୍କ ତୁଳସୀ ବିକ୍ରି କରିବେ ତେବେ ଛତିଶାନିଯୋଗ, ସେବାୟତ, ପଣ୍ଡା ପଢ଼ିଆରୀମାନେ କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ । ଏଥିପାଇଁ ତୁରନ୍ତ ଆମାଜନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।