/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639560027.jpg)
Odisha Police
ଭୁବନେଶ୍ୱର: ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି ବୋଲି ସୂଚନା ଦିଆଯାଇଛି। ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବେ।
ଜଣେ ଡିସିପିଙ୍କ ଅଧିନରେ ଏହି ଶାଖା କାର୍ଯ୍ୟ କରିବ ବୋଲି କୁହାଯାଇଛି। ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୧୨ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ, ୩୦ ଜଣ କନଷ୍ଟେବଲ୍ଙ୍କୁ ମିଶାଇ ମୋଟ୍ ୫୯ ଜଣ କର୍ମଚାରୀଙ୍କୁ ନେଇ ଶାଖା କାମ କରିବ।
ସେହିପରି କମିଶନରେଟ୍ ପୋଲିସ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି। ଅର୍ଥାତ୍ କମିଶନରେଟ୍ ପୋଲିସ ଅଞ୍ଚଳରେ ଥିବା ୩ଟି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି। ଏହି ୩ ଫାଣ୍ଡି ହେଲା ପାହାଳ, ଇନ୍ଫୋଭ୍ୟାଲି ଓ ବୟାଳିଶ ମୌଜା-ବେଣ୍ଟକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)