ପୋଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା; ପେଟ ବାହାରିଲେ ସିଧା ବିଦା

କର୍ମଚାରୀଙ୍କ ଓଜନକୁ ନେଇ ଦିଆଯିବ ଟାର୍ଗେଟ

Commissionerate Released A Seven-Point Fitness Guidelines For Police Personnel Posted

କମିଶନରେଟ ପୋଲିସକୁ ପୁଣି ଘାରିଲାଣି ଫିଟନେସ୍ ଚିନ୍ତା । ଓଜନ ହେବେ ପୁଣି ପୋଲିସ ବାବୁ । ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ୍‌ ଡିସିପି ।

APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ ।

ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଖିଲାପକାରୀଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଳି କୁହାଯାଇଛି । ପ୍ରତିଦିନ ସକାଳୁ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରତିମାସରେ ୮୦ ପ୍ରତିଶତ ଉପସ୍ଥାନ ବାଧ୍ୟତା ମୂଳକ ବୋଲି କହିଛନ୍ତି ଡିସିପି । ୟୁନିଫର୍ମରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।