/odishatv-khabar/media/post_attachments/uploadimage/library/16_9/16_9_0/Criminal_1652715074.jpg)
Criminal
ରାଜଧାନୀର ଅପରାଧୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କମିଶନରେଟ୍ ପୋଲିସର ସାଧୁ ଉଦ୍ୟମ । ଦିଆଯାଇଛି ଉପଯୁକ୍ତ ଶିକ୍ଷା ସହ ତାଲିମ । ସେମାନେ କେମିତି ସ୍ୱାବଲମ୍ବୀ ହେବେ ଏବଂ ରୋଜଗାର କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ । ସେଥିପାଇଁ ପ୍ରୟାସ କରିଛି କମିଶନରେଟ ପୋଲିସ । ଡ୍ରିମ୍ସ ପ୍ରୋଜେକ୍ଟ ଜରିଆରେ ଅପରାଧ ରାସ୍ତାରେ ଯାଇଥିବା ୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି । ତାସହ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରିଛି ।
Advertisment
ଗତ ଫେବ୍ରୁଆରୀ ୨ ତାରିଖରୁ ଆରମ୍ଭ ହୋଇଥିଲା ଏହି ଯୋଜନା । ଗତ ପ୍ରାୟ ୩ ମାସ ମଧ୍ୟରେ ଟ୍ରେନିଂ ନେବା ପରେ ବଦଳିଯାଇଛନ୍ତି ଅପରାଧୀ । ଦିନେ ମଦ, ବ୍ରାଉନସୁଗାର, କୋକେନ ଭଳି ନିଶା ସହ ନାନା ଅପରାଧରେ ଜଡ଼ିତ ଯୁବକ ଏବେ ଜୀବନର ବାସ୍ତବତାକୁ ବୁଝି ପରିବର୍ତ୍ତନ ହୋଇଯାଇଛନ୍ତି । ତାସହ ଭଲ ରାସ୍ତାରେ ଚାଲିବା ପାଇଁ ସଂକଳ୍ପ ନେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)