Advertisment

ବଜାରକୁ ଆସୁଛି ଆତ୍ମହତ୍ୟା ମେସିନ, ୧ ମିନିଟ୍‌ରେ ଜୀବନ ନେବ

ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।

author-image
Pramod Behera
ଅଦ୍ୟତନ ହୋଇଛି
Coffin shaped suicide machine can kill in just 1 minute

Coffin shaped suicide machine can kill in just 1 minute

ହୁ’ର ସୂଚନା ଅନୁଯାୟୀ ବର୍ଷକୁ ପ୍ରାୟ ୭ଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତି। ଏହା ଛଡା କୋଟି କୋଟି ଲୋକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାନ୍ତି।

Advertisment

ବିଶେଷକରି ଏହି ତାଲିକା ୧୫ରୁ ୧୯ ବର୍ଷର ଯୁବକମାନଙ୍କ ସଂଖ୍ୟା ବହୁ ଅଧିକ। ସମଗ୍ର ବିଶ୍ୱ ଏହାକୁ ରୋକିବାକୁ ଚାହୁଁଥିବାବେଳେ ସ୍ୱିଜର୍‌ଲ୍ୟାଣ୍ଡ ଏମିତି ଏକ ଦେଶ ଯିଏ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଏ। ଏହି ଦେଶ ଯନ୍ତ୍ରଣା ବିନା ମୃତ୍ୟୁ ଆତ୍ମହତ୍ୟା କରିବାର ବିକଳ୍ପ ବାହାର କରିଛି। ବର୍ତ୍ତମାନ ଏହି ଦେଶରେ ଏକ ଆତ୍ମଘାତୀ ଯନ୍ତ୍ର ତିଆରି କରାଯାଇଛି, ଯାହାକି ଏକ ମିନିଟ୍‌ରେ ମୃତ୍ୟୁ ଦେଇପାରେ।

ଏହି ଦେଶ କଫିନ୍ ଆକୃତିର ଏକ ଯନ୍ତ୍ରକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ମେସିନ୍ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଏକ ମିନିଟ୍ ମଧ୍ୟରେ ମୃତ୍ୟୁକୁ ଭେଟିପାରିବ। ମେସିନ୍ ତିଆରି କରିଥିବା କମ୍ପାନୀ ଅନୁଯାୟୀ, ଏହା ମାଧ୍ୟମରେ ଆତ୍ମହତ୍ୟା କରିବାରେ କୌଣସି ଯନ୍ତ୍ରଣା ହେବ ନାହିଁ। ଆହୁରି ମଧ୍ୟ ସମୟ କେବଳ ଗୋଟିଏ ମିନିଟ୍ ଲାଗିବ। ଅର୍ଥାତ୍ ମାତ୍ର ଗୋଟିଏ ମିନିଟ୍‌ରେ ମୃତ୍ୟୁ ଦେବତା ଆସି ପହଞ୍ଚିଯିବେ। ଏହି ମେସିନ୍ ସ୍ୱତନ୍ତ୍ର ଟେକ୍ନୋଲୋଜି ଦ୍ୱାରା ପରିଚାଳିତ। ଏହି କାରଣରୁ ଏହା ମାଧ୍ୟମରେ ଆତ୍ମହତ୍ୟା କରିବାରେ କୌଣସି ଯନ୍ତ୍ରଣା ଅନୁଭୂତ ହେବ ନାହିଁ।

Advertisment
Coffin shaped suicide machine can kill in just 1 minuteଆତ୍ମହତ୍ୟା ମେସିନ, ୧ ମିନିଟ୍‌ରେ ଜୀବନ ନେବ

ଆତ୍ମହତ୍ୟାର ଏହି ମେସିନ୍‌ ତିଆରି କରିବାର ଶ୍ରେୟ ପ୍ରସିଦ୍ଧ ଡାକ୍ତର ଫିଲିପ୍‌ ନିତ୍ସ୍ଚକେଙ୍କ ନିକଟକୁ ଯାଏ, ଯାହାଙ୍କୁ ଡାକ୍ତର ଡେଥ୍ ବୋଲି କୁହାଯାଏ। ସେ ଏକ ଏନଜିଓର ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଏହି ମେସିନ୍ ଭିତରେ ରହିଥିବା ବ୍ୟକ୍ତି ନିଜର ମୃତ୍ୟୁକୁ ନିୟନ୍ତ୍ରଣ କରିପାରିବ। ଯେତେବେଳେ ସେ ମରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ସେତେବେଳେ ସେ ମେସିନ୍ ଭିତରେ ବଟନ୍ ଦବାଇବ। ଏହା ପରେ ମେସିନ୍ ଭିତରେ ଅମ୍ଳଜାନ ସ୍ତର ହ୍ରାସ ପାଇବ। ବ୍ୟକ୍ତି ଜଣକ ଚେତାଶୂନ୍ୟ ହେବାର ମାତ୍ର ଏକ ମିନିଟ୍‌ ମଧ୍ୟରେ ମୃତ୍ୟୁବରଣ କରିବ।

ପ୍ରକାଶଥାଉ ଯେ ଆତ୍ମହତ୍ୟା କରିବା ପାଇଁ ପ୍ରସ୍ତୁତ ଏହି ମେସିନ୍ ବ୍ୟତୀତ ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ଆତ୍ମହତ୍ୟା ଆଇନଗତ ଭାବରେ ବିବେଚିତ ହୋଇଛି। ପୂର୍ବରୁ ଏଠାରେ ଆତ୍ମହତ୍ୟାକୁ ଅନୁମତି ଦିଆଯାଇଥିଲା। ତାହା ହେଉଛି, ଯଦି କେହି ଆତ୍ମହତ୍ୟା କରିବାକୁ ଚାହାଁନ୍ତି, ତେବେ ସେ ଅନ୍ୟ ଜଣଙ୍କ ସାହାଯ୍ୟରେ ତାହା କରିପାରିବେ। କିନ୍ତୁ ବର୍ତ୍ତମାନ ମଣିଷ ନିଜେ ହିଁ ନିଜ ମୃତ୍ୟୁ ଉପରେ ମୋହର ଲଗେଇ ପାରିବ। ଏହି ଯନ୍ତ୍ରର ନାମ ସାର୍କୋ ରଖାଯାଇଛି। ଏହା ଏକ ମହଙ୍ଗା ପ୍ରକଳ୍ପ ଏବଂ ଏହା ଆସନ୍ତା ବର୍ଷ ଠାରୁ ସକ୍ରିୟ ହେବ ବୋଲି ଆଶା କରାଯାଉଛି।

Ajab Gajab
Advertisment
Advertisment