Advertisment

ସିନେମା ଡେ‘ ! ସବୁ ହଲ୍‌ରେ ଟିକେଟ୍‌ ରେଟ୍‌ ଫିକ୍ସ, ମାତ୍ର ୭୫ ଟଙ୍କା..

ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି।

ଅଦ୍ୟତନ ହୋଇଛି
National Cinema Day

Cinema Day

Advertisment

ବଡ଼ ଖବର । ୨୦୦ କି ୫୦୦ ନୁହେଁ କି ୧୦୦୦ ନୁହେଁ । ମାତ୍ର ୭୫ ଟଙ୍କାରେ ସିନେମା ଦେଖିବେ ଦର୍ଶକ । ମଲ୍ଟି ପ୍ଲେକ୍ସ ହେଉ ଅବା ସିଙ୍ଗେଲ ସ୍କ୍ରିନ ସବୁଠି ସମାନ ଦର । ସାରା ଭାରତ ବର୍ଷରେ ପାଳନ ହେବ ଜାତୀୟ ସିନେମା ଦିବସ । ଏନେଇ ଦର୍ଶକଙ୍କ ପାଇଁ ଏକ ନିଆରା ଅନୁଭୂତି ଦେବାକୁ ଏପରି ପ୍ରୟାସ କରିଛନ୍ତି ମଲ୍ଟି ପ୍ଲେକ୍ସ ମାଲିକ ସଂଘ । PVR, INOX, CINEPOLIC, Cineplex ସମେତ ସମସ୍ତ ବଡ଼ ସିନେମା ଥିଏଟରରେ ଯେକୌଣସି ସୋ'ର ଟିକେଟ ଦର ୭୫ ଟଙ୍କା ରହିବ ବୋଲି ନିଷ୍ପତି ହୋଇଛି । ଖାଲି ମଲ୍ଟି ପ୍ଲେକ୍ସ ନୁହେଁ ସାଧାରଣ ହଲ୍ ବା ଯାହାକୁ ସିଙ୍ଗିଲ ସ୍କ୍ରିନ କୁହାଯାଏ ସେଠି ବି ୭୫ ଟଙ୍କା ରହିବ ଟିକେଟ ମୂଲ୍ୟ । 

Advertisment

ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖନ୍ତି । ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖୁଛନ୍ତି । ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକମାନେ ଏପରି ନିଷ୍ପତି ନେଇଛନ୍ତି । କରୋନା ପରେ ଭାଙ୍ଗି ଯାଇଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଲଖି ଛିଡ଼ା ହେବାକୁ ଚେଷ୍ଟା କରୁଛି । ପୁଷ୍ପା, RRR, KGF2 ଆଉ ଏବେ ବ୍ରହ୍ମାସ୍ତ୍ର ଭଳି ଫିଲ୍ମ, ହଲକୁ ପୁଣି ଚଳଚଞ୍ଚଳ କରିଛି । ଅନେକ ଲୋକଙ୍କୁ ରୋଜଗାର ଦେଇଛି । ତେଣୁ ଦର୍ଶକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇ ପ୍ରଥମେ ଆମେରିକାରେ ସେପ୍ଟେମ୍ବର ୩ ତାରିଖକୁ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି । ସାଧାରଣତଃ ଆମେରିକାରେ ଟିକେଟ ଦର ୭ ଡଲାର ଥିବା ବେଳେ ଏହାକୁ ୩ ଡଲାରକୁ ଖସାଇ ସେଲିବ୍ରେଟ ହେଇଛି ଜାତୀୟ ସିନେମା ଦିବସ । ଏହାକୁ ଅନୁସରଣ କରି ଭାରତରେ ବି ଏପରି ପାଳନ ହେବ ସିନେମା ଦିବସ । 

ଆସନ୍ତାକାଲି ରିଲିଜ୍ ହେଉଛି ବଲିଉଡର ଦୁଇଟି ଦମଦାର ସିନେମା । ନିକଟରେ ସୀତା ରାମ ଭଳି ବଡ଼ ହିଟ୍ ଦେଇ ପାନ୍ ଇଣ୍ଡିଆରେ ଚର୍ଚ୍ଚାକୁ ଆସିଥିବା ଷ୍ଟାର ଦୁଲକର ସଲମାନ ଓ ସନି ଦେଓଲଙ୍କ କ୍ରାଇମ ସସପେନ୍ସ 'ଚୁପ୍' ଏବଂ ମାଧବନଙ୍କ ଫିଲ୍ମ ‘ଧୋକା’ । ତାସହ ଅନେକ ଆଞ୍ଚଳିକ ଭାଷାର ସିନେମା ବି ରିଲିଜ୍ ହେଉଛି । ମଲ୍ଟି ପ୍ଲେକ୍ସର କିଛି ଆରାମଦାୟକ ଓ ସ୍ଵତନ୍ତ୍ର ସିଟର ଦର କିନ୍ତୁ ପୂର୍ବ ଭଳି ରହିବ । ଏହାବ୍ୟତୀତ ଅନ୍ୟ ସମସ୍ତ ସିଟ୍ ୭୫ ଟଙ୍କାରେ ପାଇ ପାରିବେ ଦର୍ଶକ ।

Advertisment
Cinema Day Cinema Hall Theater
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ