Advertisment

ଏହି ଦିନ ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ

ମଲ୍ଟିପ୍ଲେକ୍ସରେ ସିନେମା ଦେଖିବା ପ୍ରାୟ ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ। କିନ୍ତୁ ସମସ୍ତଙ୍କ ସ୍ୱପ୍ନ ଥାଏ ଏଠାରେ ଫିଲ୍ମଟିଏ ଦେଖିବା ପାଇଁ। ସେମାନଙ୍କ ଏହି ସ୍ୱପ୍ନ ଏବେ ପୂରଣ ହେବ। ଏହି ଦିନ ପାଇଁ ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ବିକ୍ରି ହେଉଚି ଟିକେଟ୍। ଜାଣନ୍ତୁ କେବେ?

author-image
Pramod Behera
National cinema day watch fim in just rs 75

National cinema day watch fim in just rs 75

ସିନେ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଏହି ଖୁସି ଖବର ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଚଳିତ ମାସ ଆରମ୍ଭରେ ଘୋଷଣା କରାଯାଇଥିଲା ଯେ ସେପ୍ଟେମ୍ବର ୧୬କୁ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯିବ। ଏନେଇ ସାରା ଦେଶରେ ୪ ହଜାର ମଲ୍ଟିପ୍ଲେକ୍ସରେ ୭୫ ଟଙ୍କାରେ ଟିକେଟ୍ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ତାରିଖରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସେପ୍ଟେମ୍ବର ୧୬ ବଦଳରେ ସେପ୍ଟେମ୍ବର ୨୩ରେ ସାରା ଦେଶରେ ଜାତୀୟ ସିନେମା ଦିବସ ପାଳନ ହେବ ବୋଲି ଘୋଷଣା କରାଯାଇଛି।

Advertisment

ଏହି ଆଧାରରେ ଅନେକ ସିନେମା ହଲ୍‌ରେ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। PVR ଚଳିତ ବର୍ଷ ଏହାର ୨୫ ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ, PVRର ସିନେମା ହଲ୍‌ରେ ଏହି ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୨୩ରେ ସାରା ଦେଶର ୪ ହଜାର ମଲ୍ଟିପ୍ଲେକ୍ସରେ ଏହି ଅଫର ଲାଗୁ କରାଯାଇଛି। ତେବେ ଏହି ଅଫର ସବୁ ସହରର ଥିଏଟରରେ ଲାଗୁ ହେବ ନୁହେଁ।

ଏହି ସହରର ଲୋକମାନେ ଲାଭ ପାଇପାରିବେ ନାହିଁ:

PVR ଏହାର ଘୋଷଣାରେ କହିଛି ଯେ ହାଇଦ୍ରାବାଦ, କୋଚି ସମେତ କେତେକ ଦକ୍ଷିଣ ଭାରତୀୟ ସହରର PVRରେ ଏହି ଅଫର ଉପଲବ୍ଧ ହେବ ନାହିଁ। ଯେଉଁଠାରେ ଗୋଟିଏ ପଟେ PVR ର ଏହି ଘୋଷଣାକୁ ନେଇ ସାରା ଦେଶରେ ଲୋକେ ଖୁସି ଥିଲାବେଳେ ହାଇଦ୍ରାବାଦ ଏବଂ କୋଚି ସମେତ ଦକ୍ଷିଣ ଭାରତୀୟର ଅନେକ ସହରରେ ରହୁଥିବା ଲୋକମାନେ ନିରାଶ ହୋଇଛନ୍ତି। କାରଣ ଏହି ଶୁକ୍ରବାର ତେଲୁଗୁ ଭାଷାରେ 'ଡୋଙ୍ଗଲୁନାରୁ ଜାଗ୍‌ରାଥା', 'କୃଷ୍ଣ ବୃନ୍ଦା ବିହାରୀ' ଏବଂ 'ଅଲୁରି' ମୁକ୍ତିଲାଭ କରିବାକୁ ଯାଉଛନ୍ତି।

Advertisment

ଜାତୀୟ ସିନେମା ଦିବସ ଅବସରରେ ଅନ୍ୟ କେତେକ ମଲ୍ଟିପ୍ଲେକ୍ସ ମଧ୍ୟ ଅଫର ପ୍ରଦାନ କରୁଛନ୍ତି, କିନ୍ତୁ ଦର୍ଶକ ଏହା ଜାଣି ନାହାଁନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଜାଣିପାରୁ ନାହାନ୍ତି ଯେ ଜାତୀୟ ସିନେମା ଦିବସ କାହିଁକି ପାଳନ କରାଯାଉଛି।

'ବ୍ରହ୍ମାସ୍ତ୍ର'ର ନିର୍ମାତାମାନେ ଅଭିଯୋଗ କରିଥିଲେ:

ଜାତୀୟ ସିନେମା ଦିବସର ତାରିଖ ବଢେଇବା ପ୍ରସଙ୍ଗରେ ଏକ ଗୁଜବ ମଧ୍ୟ ଖେଳିଛି ଯେ ଟିକେଟ୍ ବିକ୍ରିକୁ ବୃଦ୍ଧି କରିବା ପାଇଁ 'ବ୍ରହ୍ମାସ୍ତ୍ର'ର ନିର୍ମାତା ଜାତୀୟ ସିନେମା ଦିବସର ତାରିଖ ଘୁଞ୍ଚାଇ ଦେଇଛନ୍ତି। କାରଣ ଫିଲ୍ମଟି ସେପ୍ଟେମ୍ବର ୧୨ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା। ଯଦି ଜାତୀୟ ସିନେମା ଦିବସ ସେପ୍ଟେମ୍ବର ୧୬ରେ ପାଳନ କରାଯାଇଥାନ୍ତା, ତେବେ ଫିଲ୍ମର ରୋଜଗାରରେ ଘାଟା ହୋଇଥାନ୍ତା।

Bollywood Brahmastra Multiplexes National Cinema Day
Advertisment
Advertisment