• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଫେରିଲା ଚିଟଫଣ୍ଡ ମାମଲା । ରାଜ୍ୟ ସରକାର ଓ ସିବିଆଇକୁ ଚିଟଫଣ୍ଡ ପ୍ରସଙ୍ଗରେ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର. ସାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ । 

ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ ମାମଲାକୁ ନଅ ବର୍ଷ ବିତିଯାଇଛି । ତେବେ ଏଭିତରେ ଅନେକ ସମ୍ପତ୍ତି ବ୍ୟାଜାପ୍ତ ହୋଇଥିଲେ ବି ଜଣେ ହେଲେ  ନିବେଶକଙ୍କୁ ଅର୍ଥ ଫେରାଯାଇନି । ମାମଲାର ପରବର୍ତ୍ତୀ ଶୁଣାଣୀ ନଭେମ୍ବର ୧୪ରେ ହେବ । ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି ।

ଓଡ଼ିଶା ର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।