• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିଲିକାର ଅଥଳ ନୀଳ ଜଳରାଶି ଏବେ ଶାନ୍ତ ହୋଇ ଚାହିଁ ରହିଛି ପହିଲି ଶୀତର ସ୍ପର୍ଶକୁ l ବିଦେଶୀ ପକ୍ଷୀ ଆସିବେ ତାର ଶୋଭାକୁ ଦୁଇଗୁଣ କରିବେ l ହେଲେ ପହିଲି ଶୀତକୁ ଅପେକ୍ଷା ନ କରି ଉଡ଼ି ଆସିଛନ୍ତି ବିଦେଶୀ ବିହଙ୍ଗ l ପ୍ରତ୍ୟେକ ବର୍ଷ ଭଳି ସାତ ଦରିଆ ତେର ନଈ ପାର୍ ହୋଇ ସୀମାହୀନ ଆକାଶର ଛାତି ଚିରି ଚିଲିକାରାଣୀର କୋଳକୁ ଫେରି ଆସିଛନ୍ତି ବିଦେଶୀ ବିହଙ୍ଗ । ଏବେ ରଙ୍ଗ ବେରଙ୍ଗର ବିହଙ୍ଗ ଚିଲିକାର ଆକର୍ଷଣକୁ ଦ୍ୱିଗୁଣିତ କରୁଛି । ଅତିଥୀ ପକ୍ଷୀଙ୍କ ସୁରକ୍ଷା କିନ୍ତୁ ଏବେ ବଡ଼ ଚ୍ୟାଲେଞ୍ଜ ।

ପୂର୍ବ ଆକାଶରେ ଉଦିତ ସୂର୍ଯ୍ୟଙ୍କ ସୁନେଲୀ କିରଣରେ ଚିକମିକ୍ କରୁଛି ଚିଲିକା ରାଣୀର ନୀଳ ଜଳରାଶି , ଆଉ ଏଠି ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ମେଳି ଦେଖେଣାହାରୀଙ୍କୁ କରୁଛି ମନ୍ତ୍ରମୁଗ୍ଧ । ଖାସ୍ କରି ପ୍ରକୃତିପ୍ରେମୀ ଓ ପକ୍ଷୀ ପ୍ରେମୀଙ୍କୁ ବେଶ୍ ଆନ୍ଦୋଳିତ କରୁଛି ସେ ଦୃଶ୍ୟ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବି ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଛି । ଏଥର କିନ୍ତୁ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଧିବାସୀ ବି ବେଶ୍ ଖୁସି ଜାରି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚିଲିକାର ନୀଳ ଜଳରାଶିରେ ନିଆରା ପ୍ରୟାସ: ପ୍ରାକୃତିକ ପ୍ରଣାଳୀରେ ହେଉଛି କଙ୍କଡ଼ା ଚାଷ

ନୂଆପଡା, କୃଷ୍ଣପ୍ରସାଦ, ଗୁରୁବାଇ ଆଦି ଚିଲିକା କୂଳ ମାନଙ୍କରେ ଦେଖିବାକୁ ମିଳିଲାଣୀ ଭିନ୍ନ ଭିନ୍ନ ପ୍ରଜାତିର ଦେଶୀବିଦେଶୀ ବିହଙ୍ଗ । ନିଜ ବାସସ୍ଥାନ ସାଇବେରିଆ ଅଞ୍ଚଳରେ ଶୀତଦିନେ ଶୀତର ପ୍ରକୋପ ସହି ନପାରି ଚିଲିକାକୁ ନିଜର ଉପଯୁକ୍ତ ସ୍ଥାନ ଭାବି ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଚାଲି ଆସନ୍ତି ଏମାନେ । ଏବେ କିନ୍ତୁ ଶିକାରୀଙ୍କ କୋପରୁ କେମିତି ଏମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ତାହା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।

( ରିପୋର୍ଟ- ନୀଳକଣ୍ଠ ପ୍ରଧାନ, କୃଷ୍ଣ ପ୍ରସାଦ)