/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634649345.jpg)
Child was making earthen lamps for diwali
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୋକରେ ଝଲସିବ ଭାରତ। ଏହି ପର୍ବରେ ପ୍ରେତ୍ୟେକ ହିନ୍ଦୁ ନିଜ ଘରରୁ ଦୀପରେ ସଜାଇଥାନ୍ତି। ଏନେଇ ବର୍ତ୍ତମାନଠାରୁ ବଜାରରେ ଦୀପାବଳି ସାମଗ୍ରୀର ଦୋକାନ ପସରା ମେଲିଲେଣି। କୁମ୍ଭାରମାନେ ମଧ୍ୟ ମାଟି ଦୀପ ତିଆରି କରିବାରେ ବ୍ୟସ୍ତ। ଏହି ଅବସରରେ ସୋସିଆଲ ମିଡିଆରେ ଏକ ଛୋଟ ପିଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ଖେଳିବା ବୟସରେ କୁମ୍ଭାର ଚକ ଉପରେ ମାଟି ଦୀପ ତିଆରି କରୁଥିବା ଦେଖାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇପଡିଛନ୍ତି। ସମସ୍ତେ କହୁଛନ୍ତି ଯେ ଯେଉଁ ବୟସରେ ଏହି ଛୋଟ ପିଲାଟି ଖେଳିବା ଓ ପଢିବା କଥା ସେହି ବୟସରେ ସେ ମାଟିପାତ୍ର ତିଆରି କରିବାରେ ନିଜକୁ ନିୟୋଜିତ କରିଛି।
Also Read
ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟ୍ରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନ୍ରେ ଲେଖିଛନ୍ତି ଯେ “ମୋତେ ଦୀପାବଳିରେ ମନେ ରଖନ୍ତୁ…।” ଭିଡିଓରେ ଆପଣ ଏକ ଛୋଟ ପିଲାକୁ କୁମ୍ଭାର ଚକ ଉପରେ ମାଟି ଦୀପ ତିଆରି କରୁଥିବା ଦେଖିପାରିବେ। ତାକୁ ଦେଖିଲେ ଲାଗୁଛି ସତେ ଯେମିତି କୁମ୍ଭାର କାମରେ ତା’ର ଅନେକ ଅଭିଜ୍ଞତା ରହିଛି। କିନ୍ତୁ, ଏହି ଭିଡିଓ ସମସ୍ତଙ୍କୁ ଭାବପ୍ରବଣ କରିଛି |
#दीपावली पर मुझे #याद रखना...🌹🌹🌹😃
Pls remember him this #Deepavali..@hvgoenka@RoflGandhi_@Cryptic_Miind@vijaita@suhasinihpic.twitter.com/UTTPLPJfDN
— Rupin Sharma IPS (@rupin1992) October 17, 2021
ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଥର ଦେଖାଯାଇଛି। ଲୋକମାନେ ଭିଡିଓରେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - ଦାରିଦ୍ର୍ୟ କିଛି ବି କରେଇପାରେ। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି - କଳା ଆପଣଙ୍କୁ ଭୋକରେ ମରିବାକୁ ଦେବ ନାହିଁ। ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କୁ କିଛି ନା କିଛି କଳା ସିଖେଇବା ଜରୁରୀ। କୌଣସି ପ୍ରକାର ବିପର୍ଯ୍ୟୟରେ ପିଲାମାନେ ବଞ୍ଚିବା ପାଇଁ ଭିକ୍ଷା ମାଗିବା ଆବଶ୍ୟକ ହେବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)