Advertisment

ଶୁଖିଲା ପଡ଼ିଥିଲା, ହଠାତ୍‌ ମାଡ଼ି ଆସିଲା ପାଣି...

ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha News

Chhattisgarh opens 17 gates of Kalma barrage to mislead tribunal

ମହାନଦୀ ଟ୍ରିବ୍ୟୁନାଲ୍‌ ଟିମ୍‌ର ଯାଞ୍ଚ ବେଳେ ଚାଲାକି ଦେଖାଇଲା ଛତିଶଗଡ଼। ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି। କଲମା ବ୍ୟାରେଜର ମୋଟ୍‌ ୬୬ଟି ଗେଟ୍‌ ଥିବାବେଳେ ୧୭ଟି ଗେଟ୍‌ ଖୋଲା ଯାଇଛି। ଏକଥାକୁ ସତ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

Advertisment

ଖବର ଲେଖାଯିବା ସୁଦ୍ଧା କଲମା ବ୍ୟାରେଜ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି। ୧୭ଟି ଗେଟ୍‌ ଦେଇ କେତେ ପରିମାଣର ପାଣି ବାହାରୁଛି ସେନେଇ ମଧ୍ୟ କୌଣସି ତଥ୍ୟ ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ଅଣମୌସୁମୀ ସମୟରେ କଲମା ବ୍ୟାରେଜର ଗେଟ୍‌ ଖୋଲାଯିବା ପଛରେ ଛତିଶଗଡ଼ର ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି।

Advertisment

ଆସନ୍ତା ୨୯ ତାରିଖରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତରେ ଆସୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆ ଯାଇଛି ବୋଲି ଆଲୋଚନା ହେଉଛି।୧୭ଟି ଗେଟ୍‌ ଦେଇ ଯେତିକି ପରିମାଣର ଜଳ ନିଷ୍କାସିତ ହେଉଛି, ତାହା ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି କରିବାରେ କିଛି ସହାୟକ ହେବ ନାହିଁ ବୋଲି ସୂଚନା ମିଳିଛି। 

Mahanadi Water Dispute Mahanadi Tribunal
Advertisment
Advertisment