Advertisment

ବିଲେଇ ପିନ୍ଧୁଛି ସାଢେ ୪ ଲକ୍ଷ ଟଙ୍କାର ସୁନା ଚେନ୍, କରୁଛି ସ୍ପା

ଭାଗ୍ୟବାନ ବିଲେଇ। ରହୁଛି ରାଜକୀୟ ଠାଣିରେ। ପିନ୍ଧୁଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଚେନ୍ ଆଉ କରୁଛି ସ୍ପା।

author-image
Pramod Behera
ଅଦ୍ୟତନ ହୋଇଛି
Cat owner said she bought gold necklace worth 4 lakh for pet cat

Cat owner said she bought gold necklace worth 4 lakh for pet cat

ଯେଉଁମାନେ ଗୃହପାଳିତ ପଶୁମାନଙ୍କୁ ଘରେ ରଖିବାକୁ ଭଲ ପାଆନ୍ତି, ସେମାନେ ନିଶ୍ଚିତ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗେଇ ଦେବାକୁ ପ୍ରସ୍ତୁତ ଥାଆନ୍ତି। ବେଳେବେଳେ ସେମାନେ ତାଙ୍କ ପ୍ରିୟ ପଶୁଜନ୍ତୁ ଏମିତି ସଜାନ୍ତି ଯେ ଲୋକେ ସେମାନଙ୍କ ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେହିଭଳି ଏକ ଭାଗ୍ୟବାନ ବିଲେଇ ମଧ୍ୟ ମାଲେସିଆରେ ଅଛି, ଯାହାର ମାଲିକ ଏହାକୁ ରାଜକୁମାରୀଙ୍କ ପରି ରଖନ୍ତି। ସେ ତା’ ପାଇଁ ବିଭିନ୍ନ ଡିଜାଇନର୍ ପୋଷାକ ଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସବୁ ଖଞ୍ଜି ଦେଇଛନ୍ତି।

Advertisment

ଏହା ହେଉଛି ବାୱାଲ୍ ଏକ୍ସକ୍ଲୁସିଭର ପ୍ରତିଷ୍ଠାତା ହଲିଜା ମାୟସୁରୀଙ୍କର ବିଲେଇ। ବାୱାଲ୍ ନିଜେ ଟିକଟକ୍‌ରେ ଏକ ଭିଡିଓ ପ୍ରସ୍ତୁତ କରି ନିଜ ବିଲେଇର ବିଳାସପୂର୍ଣ୍ଣ ଜୀବନ ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ତାଙ୍କ ବିଲେଇର ଜନ୍ମଦିନ ଥିଲା ଏବଂ ସେ ତାଙ୍କ ପ୍ରିୟ ବିଲେଇକୁ ୪,୫୦୦ ଡଲାର ତଥା ପାଖାପାଖି ୪.୫ ଲକ୍ଷ ଟଙ୍କାର ଅଳଙ୍କାର ଉପହାର ଦେଇଛନ୍ତି।

ହଲିଜା ମାୟସୁରୀ ତାଙ୍କ ଜନ୍ମଦିନରେ ତାଙ୍କ ପ୍ରିୟ ବିଲେଇକୁ ଦେଇଥିବା ହାରଟି ଖାଣ୍ଟି ସୁନାରେ ତିଆରି। ହଲିଜା ଏବଂ ତାଙ୍କ ସ୍ୱାମୀ ବିଲେଇଟିକୁ ସେତେବେଳେ ଆଣିଥିଲେ ଯେତେବେଳେ ଏହା ଖୁବ୍ ଛୋଟ ଥିଲା। ସେମାନେ ତା’ର ନାମ ମନୀ ରଖିଥିଲେ। ଯଦିଓ ତାଙ୍କର ଆଉ ଦୁଇଟି ବିଲେଇ ଅଛନ୍ତି ସେମାନେ କିନ୍ତୁ ମନୀକୁ ଅଧିକ ଭଲ ପାଆନ୍ତି। ହଲିଜା କହିଛନ୍ତି ଯେ ତାଙ୍କ ସ୍ୱାମୀ ବିଲେଇକୁ ସାଙ୍ଗରେ ନେଇ କାମ କରିବାକୁ ଯାଆନ୍ତି ଏବଂ ଛୁଟିଦିନରେ ମଧ୍ୟ ବୁଲେଇ ନେଇଥାନ୍ତି।

Advertisment

ସେ ବିଲେଇର ଜନ୍ମଦିନରେ ଯେଉଁ ହାରଟି ତିଆରି କରିଥିଲେ ସେଥିରେ ମନୀର ନାମ ଲେଖାଯାଇଥିଲା। ତା’ ପାଇଁ ସବୁଠୁ ଦାମୀ କେକ୍ ମଧ୍ୟ ଅଣାଯାଇଥିଲା ଏବଂ ପ୍ରତିଦିନ ଏକ ନୂଆ ପୋଷାକ ପିନ୍ଧାଯାଉଥିଲା। ପ୍ରତି ମାସରେ ବିଲେଇର ଏକ ଗ୍ରୁମିଙ୍ଗ୍ ସେସନ୍ ହୁଏ ଏବଂ ସେ ଦାମୀ ସ୍ପା ସେସନ୍ ପାଇଁ ମଧ୍ୟ ଯାଇଥାଏ।

Cat owner said she bought gold necklace worth 4 lakh for pet catବିଲେଇ ବେକରେ ସାଢେ ୪ ଲକ୍ଷ ଟଙ୍କାର ସୁନା ଚେନ୍

ହଲିଜା ଏବଂ ତାଙ୍କ ସ୍ୱାମୀ ସେମାନଙ୍କର ଏହି କୌତୁକିଆ ବିଲେଇ ପାଇଁ ହସି ହସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି। ସେ ମନୀକୁ ତାଙ୍କ ପରିବାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବରେ ବିବେଚନା କରନ୍ତି। ଯେତେବେଳେ କରୋନା କାରଣରୁ ମାଲେସିଆରେ ତାଲାବନ୍ଦ ଥିଲା, ସେମାନେ ବିଲେଇଙ୍କ ଜନ୍ମଦିନ ପାର୍ଟିକୁ ସ୍ଥଗିତ ରଖିଥିଲେ। ତାଲାବନ୍ଦ ଉଠିଲା ମାତ୍ରେ ସେମାନେ ତାକୁ ଏକ ଦାମୀ ସୁନା ହାରଟିଏ ଦେଲେ ଏବଂ ତାକୁ ନେଇ ବାହାରକୁ ବୁଲିବା ପାଇଁ ମଧ୍ୟ ଗଲେ।

ସୋସିଆଲ୍ ମିଡିଆରେ ଶେୟାର ହୋଇଥିବା ତାଙ୍କର ଏହି ଭଡିଓକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବିଲେଇର ଏଭଳି ରାଜକୀୟତା ଦେଖି ଜଣେ ଉପଭୋକ୍ତା ମଜ୍ଜା କରି ଲେଖିଛନ୍ତି ଯେ ଖାସ୍ ମୁଁ ଭଲା ଏହି ବିଲେଇ ହୋଇଥାନ୍ତି କି, ଏଭଳି ଦାମି ଉପହାର ପାଇଥାନ୍ତି।

Social Media
Advertisment
Advertisment