/odishatv-khabar/media/post_attachments/uploadimage/library/16_9/16_9_0/sumeet__1640071826.jpg)
sumeet
ବ୍ରହ୍ମପୁର: ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ନୂଆ ମୋଡ଼ । ଥାନାରେ ଏତଲା କଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ମୁଖ୍ୟ ଗେଟର ତାଲା ଭାଙ୍ଗି ବୋହୂକୁ କିଛି ମହିଳା ଘର ସାମ୍ନାରେ ବସିବାକୁ ସାହାଯ୍ୟ କରିଥିବା ବେଳେ ଘରେ ଅନଧିକାର ପ୍ରବେଶ କରିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି । ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା ଦେଇଛନ୍ତି ସୁମିତଙ୍କ ବାପା ।
ସେପଟେ ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହୋଇଛି । ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରାଯାଇଛି । ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ଧାରା ଲଗାଯାଇଛି । ଘଟଣାସ୍ଥଳରେ ଗହଳି ହେଉଥିବା କାରଣରୁ ପୋଲିସ ଏପରି ପଦକ୍ଷେପ ନେଇଛି । କେବଳ ଏତିକି ନୁହେଁ ବରଂ ତପସ୍ୱିନୀଙ୍କ ଶ୍ୱଶୁର ଘର ସାମ୍ନାରେ ୨ ସେକ୍ସନ ଫୋର୍ସ ମୁତୟନ ହୋଇଛି ।
ଗତକାଲି ସୁମିତଙ୍କ ବ୍ରହ୍ମାନଗର ଘରେ ଧସେଇ ପଶିଥିଲେ ମହିଳା । ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହୋହାଲ୍ଲା କରି ଧସେଇ ପଶିଥିଲେ । ସୁମିତଙ୍କ ଘର ଗେଟ୍ ଗ୍ରୀଲ୍ ଭାଙ୍ଗି ଭିତରକୁ ବଳପୂର୍ବକ ପଶିଯାଇଥିଲେ । ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଥିବା କିଛି ମହିଳା କହିଥିଲେ ।
ଅନ୍ୟପଟେ ପୂର୍ବ ରାୟକୁ କାଏମ ରଖିଛନ୍ତି ଏସଡିଜେଏମ୍ କୋର୍ଟ । ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ଲାଇଟ୍, ପାଣି, ପରିମଳ ବ୍ୟବସ୍ଥା ଥିବା ଘର ନେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ତୁଷ୍ଟ ନଥିବା ଜଣାଇଛନ୍ତି ତପସ୍ୱିନୀଙ୍କ ଓକିଲ । ସୁମିତ ନିଖୋଜ ଥିବା ସେ କୋର୍ଟଙ୍କୁ ଜଣାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)