Advertisment

ଏମିତି ଥିଲା ନରରାକ୍ଷସୀ; ମହିଳାଙ୍କୁ ହତ୍ୟା କରି କରୁଥିଲା କେକ୍

ନରରାକ୍ଷସୀ ମହିଳାଙ୍କୁ ହତ୍ୟାକରୁଥିଲା। ତାଙ୍କ ରକ୍ତରୁ ତିଆରି କରୁଥିଲା କେକ୍। ସେହି କେକ୍‌କୁ ଅନ୍ୟ ମହିଳାଙ୍କୁ ଦେଇ ତାଙ୍କୁ ହତ୍ୟା କରୁଥିଲା। ଅନ୍ୟ ପଡିଶାଙ୍କୁ ମଧ୍ୟ ସେ ଏହି କେକ୍ ବାଣ୍ଟୁଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Cannibal woman baked murder victims into cakes

Cannibal woman baked murder victims into cakes

ସାଧାରଣତଃ ନରରାକ୍ଷସୀମାନଙ୍କ ଆଖପାଖରେ କାହାରିକୁ ବି ଦେଖିବାକୁ ମିଳେ ନାହିଁ। କାରଣ ଜୀବନ ପ୍ରତି ଥାଏ ବିପଦ। ବେଳେବେଳେ ଲୋକଙ୍କ ଗହଣରେ ଏମିତି କିଛି ଭୟଙ୍କର ବ୍ୟକ୍ତି ରହୁଥିଲେ ବି ସେମାନେ ଜାଣି ପାରନ୍ତି ନାହିଁ। ଏମିତି ଏକ ଖବର ଆସିଛି ଯେ କେତେ ଜଣେ ମହିଳା ଏଭଳି ଜଣେ ନରରାକ୍ଷସୀ ହାତରୁ ଅଜାଣତରେ କେକ୍ ଖାଇ ତା’ ଶିକାର ହୋଇଯାଇଛନ୍ତି।

Advertisment

ଏହି ମହିଳାଙ୍କ ନାମ ଲିଓନାର୍ଡା ସିଆନ୍‌ସିଲୁ, ହୋଇଥିବା ବେଳେ ସେ ମଣିଷକୁ ହତ୍ୟାବାକୁ ଭଲ ପାଉଥିଲେ। ଏହି ଜଘନ୍ୟ ଅପରାଧ ପାଇଁ, ସେ ପ୍ରାୟତଃ ସେହି ମହିଳାମାନଙ୍କୁ ଟାର୍ଗେଟ୍‌ କରୁଥିଲେ ଯେଉଁମାନେ ତାଙ୍କ ରାସ୍ତାରେ କଣ୍ଟା ଥିଲେ। ଇଟାଲୀର ଏହି ପ୍ରଥମ ମହିଳା ସିରିଏଲ କିଲର୍‌ ପ୍ରମାଣ କରିଛନ୍ତି ଯେ ଅପରାଧୀଙ୍କ ଲିଙ୍ଗ ନାହିଁ, କିନ୍ତୁ ତାଙ୍କ ମନରେ ନିଷ୍ଠୁରତା ଭରି ରହିଥାଏ। ତେବେ ୩ ବିପଜ୍ଜନକ ହତ୍ୟାକାଣ୍ଡ ପରେ ଏହି ମହିଳା ଜଣକ ମୃତ ଦେହ ସହିତ କ’ଣ କରୁଥିଲେ ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୂଚନା ଅନୁଯାୟୀ, ଲିଓନାର୍ଡାଙ୍କ ମାମଲା " The Soap-Maker of Correggio" ଭାବରେ ଜଣାଶୁଣା। ଏହି କତରନାକ୍ ମହିଳାଙ୍କ ପ୍ରଥମ ଶିକାର ଫାତ୍ସିନା ସେଟ୍ଟି ନାମକ ଜଣେ ମହିଳା ହୋଇଥିଲେ। ୧୯୩୯ ମସିହାରେ ଲିଓନାର୍ଡା ତାଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ ଏବଂ ଜଣେ ଭଲ ସ୍ୱାମୀ ଦେବାକୁ ପ୍ରତିଜ୍ଞା କରିଥିଲେ। ସେ ତାଙ୍କୁ ଚିଠି ଲେଖିଥିଲେ ଯେ ସେ ଜଣେ ଯୁବକଙ୍କୁ ଭେଟିବା ପାଇଁ ବାହାରକୁ ଯାଇଥିଲେ। ମହିଳା ଜଣଙ୍କ ତାଙ୍କ ପାଖକୁ ଆସିବା ପରେ ସେ ତଙ୍କୁ କୁରାଢିରେ ହାଣି ତାଙ୍କ ଶରୀରକୁ ୯ ଖଣ୍ଡରେ କାଟି ଦେଇଥିଲେ।

Advertisment

ଏହି ଖଣ୍ଡଗୁଡିକୁ ସେ କାଷ୍ଟିକ୍ ସୋଡା ସହିତ ନିଆଁରେ ଗରମ କଲେ ଓ ପରେ ରକ୍ତକୁ ସଂଗ୍ରହ କରି ଚୁଲାରେ ଫୁଟେଇଲେ। ଏହି ରକ୍ତ ଶୁଖିବା ପରେ ଏହାକୁ ମଇଦା, ଚିନି, ଚକୋଲେଟ୍, ଅଣ୍ଡା ଏବଂ କ୍ଷୀରରେ ମିଶାଇ ସେଥିରୁ ଟି କେକ୍ ତିଆରି କଲେ। ତାଙ୍କ ଘରକୁ ଆସୁଥିବା ପଡ଼ୋଶୀମାନଙ୍କୁ ସେ ଏହି କେକ୍ ଖାଇବାକୁ ଦେଉଥିଲେ।

୧୯୪୦ରେ ଲିଓନାର୍ଡା ତାଙ୍କର ଦ୍ୱିତୀୟ ଶିକାର କରିଥିଲେ। ଫ୍ରାନ୍ସେସ୍କା ସୋଏଭି ନାମକ ଜଣେ ମହିଳା ତାଙ୍କ ଶିକାର ହୋଇଥିଲେ। ଚାକିରି ନାମରେ ଲିଓନାର୍ଡା ତାଙ୍କୁ ଫସେଇ ଥିଲେ। ପୂର୍ବ ଶିକାର ପରି ସେ ମଧ୍ୟ ଏହି ମହିଳାଙ୍କୁ ହତ୍ୟା କରି କେକ୍ ତିଆରିଥିଲେ ଓ ତାଙ୍କର ସବୁ ଟଙ୍କା ଚୋରି କରି ନେଇଥିଲେ। ସେହି ବର୍ଷ ସେ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଚାକିରି ନାମରେ ଘରକୁ ଡାକି ହତ୍ୟା କରିଥିଲେ।

ସେ କେକ୍ ଓ ସାବୁନ୍ ତିଆରି କରି ପଡୋଶୀମାନଙ୍କୁ ମଧ୍ୟ ବାଣ୍ଟୁଥିଲେ। କିନ୍ତୁ ଏଥର ତାଙ୍କର ଏହି ଅପରାଧ ଧରାପଡି ଯାଇଥିଲା। ସେ ହତ୍ୟା କରିଥିବା ମହିଳାଙ୍କ ପରିବାର ତାଙ୍କ ଚିଠିକୁ ବିଶ୍ୱାସ କରିପାରି ନଥିଲେ। ଫଳରେ ଏହି ନରରାକ୍ଷସୀ ପୋଲିସ ହାତରେ ଧରାପଡିଥିଲା। ସେ ମଧ୍ୟ ନିଜର ଅପରାଧ ସ୍ୱୀକାର କରିଥିଲା ଏବଂ ତାଙ୍କୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Ajab Gajab
Advertisment
Advertisment